ଜୟପୁର: ଜୟପୁରରେ ଖେଳାଯାଇଥିବା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ୬୬ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବକୁ ୬ ୱିକେଟ୍ରେ ପରାସ୍ତ କରିଛି । ଫଳରେ ପଏଣ୍ଟ ଟେବୁଲ୍ର ଶୀର୍ଷକୁ ଯିବା ପାଇଁ ପଞ୍ଜାବର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ପଞ୍ଜାବ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା । ଆଶା କରାଯାଉଥିବା ଦିଲ୍ଲୀ ସମ୍ମୁଖରେ ଶକ୍ତିଶାଳୀ ମନେହେଉଥିବା ପଞ୍ଜାବ ଦଳ ଏକ ବଡ଼ ସ୍କୋର ଛିଡା କରିବ । କିନ୍ତୁ ପଞ୍ଜାବର ବ୍ୟାଟିଂ ଅର୍ଡର ବିପର୍ଯ୍ୟୟ ଦଳକୁ ନିର୍ଦ୍ଧାରିତ ଓଭର ୨୦ ଓଭରରେ ମାତ୍ର ୨୦୬ ରନ୍ରେ ହିଁ ସୀମିତ ରଖିପାରିଥିଲା । ପ୍ରିୟାଂଶ ଆର୍ୟ୍ୟା ୬ ରନ୍ କରି ପାଭିଲିୟନ୍ ଫେରିଥିବା ବେଳେ ପ୍ରଭସିମରନ୍ ୨୮ ରନ୍, ଜୋଶ ଇଂଲିଶ ୩୨ ରନ୍ କରିପାରିଥିଲେ । ତେବେ ଅଧିନାୟକ ଶ୍ରେୟସ ଆୟର ଆଜି ପୁଣିଥରେ ଅଧିନାୟକତ୍ୱର ପାଳି ଖେଳିଥିଲେ । ସେ ୩୪ ବଲ୍ରୁ ୫୩ ରନ୍ କରିଥିଲେ । ସେହିପରି ନେହାଲ ୱାଢ଼େରା ୧୬ ରନ୍, ଶଶାଙ୍କ ସିଂହ ୧୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ମାର୍କୋନିସ୍ ଷ୍ଟୋଇନିସ୍ ମାତ୍ର ୧୬ ରନ୍ରେ ୪୪ ରନ୍ର ଏକ ଦମ୍ଦାର ପାଳି ଖେଳିଥିଲେ । ୨୦୭ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କିନ୍ତୁ ପ୍ରଥମରୁ ହିଁ ଚାମ୍ପିଅନ୍ ଦଳ ଭଳି ଖେଳିଥିଲା । ଓପନ୍ର କେଏଲ୍ ରାହୁଲ ୨୧ ବଲ୍ରେ ୩୫ ରନ୍ କରିଥିବା ବେଳେ କରୁନ ନାୟର ୨୭ ବଲରୁ ୪୪ ରନ୍ ଏବଂ ସମୀର ରିଜ୍ଭିଙ୍କ ଅପରାଜିତ ୫୮ ରନ୍ ବଳରେ ସହଜରେ ଏହି ମ୍ୟାଚ୍କୁ ପଞ୍ଜାବ ହାତରୁ ଛଡାଇନେଇଛି।










