25.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶପାକିସ୍ତାନ , ଆଫଗାନିସ୍ତାନ ଯୋଗୁଁ ବଢୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ

ପାକିସ୍ତାନ , ଆଫଗାନିସ୍ତାନ ଯୋଗୁଁ ବଢୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ ପାକିସ୍ତାନର ଦୁଇଟି ସହର ଲାହୋର ଓ ମୁଲତାନରେ ବାୟୁ ଗୁଣବତ୍ତା ସୂଚକାଙ୍କ   ୨୦୦୦ ଅତିକ୍ରମ କରିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଏହି ଦୁଇ ସହରରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି । ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତି ଶୀତଦିନେ ବିପଜ୍ଜନକ ସ୍ତର ଅତିକ୍ରମ କରିଥାଏ। ପ୍ରତିବର୍ଷ ଦୀପାବଳି ପରେ ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଚାଷ ଜମିରେ ନିଆଁ ଲାଗିଥାଏ। ଯାହା ଫଳରେ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସେହିପରି ଥର୍ମାଲ ଇନଭର୍ସନ ଯୋଗୁଁ ବାୟୁମଣ୍ଡଳର ଉପର ସ୍ତରକୁ ପ୍ରଦୂଷଣ ବ୍ୟାପିନଥାଏ । ତେଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking