35.1 C
Bhubaneswar
Wednesday, May 21, 2025
Homeଦେଶ ବିଦେଶଦିଲ୍ଲୀ ଭୋଟ ଗଣତି :କଂଗ୍ରେସ ଶୂନ

ଦିଲ୍ଲୀ ଭୋଟ ଗଣତି :କଂଗ୍ରେସ ଶୂନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଶନିବାର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରୁ ବିଜେପି ଆଗରେ ଥିବା ସୂଚନା ମିଳିଛି। ମୋଟ ୭୦ ବିଧାନସଭା ଆସନ ମଧ୍ୟରୁ ବିଜେପି ୪୧ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ସେହିପରି ଆମ୍‌ ଆଦମୀ ପାର୍ଟି(ଆପ୍‌) ୨୯ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ସମସ୍ତ ୭୦ ଆସନରେ ପଛୁଆ ରହିଛି। ଗତ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ହୋଇଥିଲା। ବିଭିନ୍ନ ଦଳରୁ ୬୯୯ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ପ୍ରାରମ୍ଭିକ ଗଣତିରେ ଆମ ଆଦମୀ ପାର୍ଟିକୁ ଲାଗିଛି ଝଟକା । ଆଗୁଆ ରହିଛି ବିଜେପି । ପ୍ରାରମ୍ଭିକ ଗଣତିରେ ପ୍ରଥମେ ପଛୁଆ ରହିଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପରେ ନୂଆଦିଲ୍ଲୀ ଆସନରୁ ଅରବିନ୍ଦ ଆଗୁଆ ରହିଥିଲେ । ସଦ୍ୟତମ ରିପୋର୍ଟ ଅନୁସାରେ, ଅରବିନ୍ଦଙ୍କୁ ପୁଣି ପଛରେ ପକାଇଛନ୍ତି ବିଜେପିର ପରବେଶ ବର୍ମା ।କୋଲକାଜି ବିଧାନସଭା ଆସନରୁ ଲଢ଼ୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନା ପ୍ରାରମ୍ଭିକ ଭୋଟ ଗଣତିରେ ପଛରେ ରହିଛନ୍ତି । ଚତୁର୍ଥ ପର୍ୟ୍ୟାୟ ଭୋଟ ଗଣନା ପରେ ବାୱାନା ବିଧାନସଭାରୁ ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ୧୪୪୨୦ ଭୋଟରେ ଆଗୁଆ ଅଛନ୍ତି ।

ଚତୁର୍ଥ ରାଉଣ୍ଡରେ ଶାଲିମା ବାଗ ବିଧାନସଭାରୁ ରେଖା ଗୁପ୍ତା ୧୨୬୬୦ ଭୋଟରେ ଆଗୁଆ ଅଛନ୍ତି । ପଞ୍ଚମ ପର୍ୟ୍ୟାୟ ଗଣନା ପରେ ତିଲକ ରାମ ଗୁପ୍ତା, ତ୍ରିନଗର ବିଧାନସଭାରୁ ୧୧୭୭୮ ଭୋଟରେ ଆଗୁଆ । ତୃତୀୟ ପର୍ୟ୍ୟାୟରେ ମୁସ୍ତାଫାବାଦ ବିଧାନସଭାରୁ ମୋହନ ସିଂହ ବିଷ୍ଟ ୧୬୧୮୧ ଭୋଟରେ ଆଗୁଆ ଅଛନ୍ତି । ତୃତୀୟ ରାଉଣ୍ଡରେ କରାୱାଲ ନଗର ବିଧାନସଭାରୁ କପିଲ ମିଶ୍ରା ୮୬୦୩ ଭୋଟରେ ଆଗୁଆ ଅଛନ୍ତି । ସପ୍ତମ ରାଉଣ୍ଡରେ ବିଶ୍ୱନଗର ବିଧାନସଭାରୁ ଓମ ପ୍ରକାଶ ଶର୍ମା ୮୪୪୪ ଭୋଟରେ ଆଗୁଆ ଅଛନ୍ତି । ଚତୁର୍ଥ ପର୍ୟ୍ୟାୟରେ ନଜଫଗଡ଼ ବିଧାନସଭାରୁ ନୀଲମ ପେହଲୱାନ ୮୦୨୩ ଭୋଟରେ ଆଗୁଆ ଅଛନ୍ତି । ରବିନ୍ଦ୍ର ସିଂହ ନେଗି, ତୃତୀୟ ପର୍ୟ୍ୟାୟରେ ପାଟପରଗଞ୍ଜ ବିଧାନସଭା ଆସନରୁ ୭୨୨୯ ଭୋଟରେ ଆଗୁଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking