14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଦିଲ୍ଲୀ ଦଙ୍ଗା: ଉମର, ଇମାମଙ୍କୁ ମିଳିଲାନି ଜାମିନ

ଦିଲ୍ଲୀ ଦଙ୍ଗା: ଉମର, ଇମାମଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ୨ ମୁଖ୍ୟ ଅଭିଯୁକ୍ତ ପୁଣି ନିରାଶ ହୋଇଛନ୍ତି । ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଜାମିନ ଦେଲେନି ସୁପ୍ରିମକୋର୍ଟ । ଉଭୟଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କଲେ ସୁପ୍ରିକୋର୍ଟ । ସେମାନଙ୍କର ଦୀର୍ଘ କାରାଦଣ୍ଡ ଆଧାରରେ ସେମାନଙ୍କୁ ଜାମିନ ଦିଆଯାଇପାରିବ ନାହିଁ । ତଥାପି କୋର୍ଟ କହିଛନ୍ତି, ଉଭୟ ଟ୍ରାଏଲ କୋର୍ଟରେ ଜାମିନ ପାଇଁ ଆବେଦନ କରିପାରିବେ ।ସୋମବାର ବିଚାରପତି ଅରବିନ୍ଦ କୁମାର ଏବଂ ଅନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଧାରା ଗୁରୁତ୍ୱପୂର୍ଣ୍ଣ । ଯେଉଁମାନଙ୍କୁ ଜାମିନ ଆବଶ୍ୟକ, ସେମାନଙ୍କ ଉପରେ କଠୋର ସର୍ତ୍ତାବଳୀ ଲାଗିପାରେ। ଆଉ ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ମିଳିଲା ଜାମିନ। ଫେବୃଆରୀ ୨୦୨୦ରେ ହୋଇଥିବା ଦଙ୍ଗାର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ଆଣି ଇମାମ, ଖାଲିଦ ଏବଂ ଅନ୍ୟ କେତେଜଣଙ୍କୁ ବେଆଇନ କାର୍ଯ୍ୟକଳାପ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ଧରାଯାଇଥିଲା। ଯେଉଁଥିରେ ୫୩ ଜଣଙ୍କର ଜୀବନ ଯାଇଥିଲା ,୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ନାଗରିକତା ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକାର ବିରୋଧରେ ପ୍ରତିବାଦ ସମୟରେ ଏହି ହିଂସା ଘଟିଥିଲା । ଫଳରେ ଇମାମଙ୍କୁ ଅଗଷ୍ଟ ୨୫, ୨୦୨୦ରେ ଗିରଫ କରାଯାଇଥିଲା । କୋର୍ଟ ଡିସେମ୍ବର ୧୦ ତାରିଖରେ ୨୦୨୫ ରେ ଯୁକ୍ତି ଶୁଣିବା ପରେ ଜାମିନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ପେରେ ସେପ୍ଟେମ୍ବର ୨ରେ ଦିଲ୍ଲୀ ହାଇକୋର୍ଟ, ଟ୍ରାଏଲ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ ।ଯାହା ଫଳରେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଉମର, ଇମାମଙ୍କ ଜାମିନ ଖାରଜ କରିଛନ୍ତି ସୁପ୍ରିକୋର୍ଟ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking