14.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶଆସନ୍ତାକାଲି ଦିଲ୍ଲୀ ରେଜଲ୍ଟ : ୨୭ ବର୍ଷ ପରେ କ୍ଷମତାକୁ ଫେରିବା ଲକ୍ଷ୍ୟରେ ବିଜେପି; ହ୍ୟାଟ୍ରିକ୍...

ଆସନ୍ତାକାଲି ଦିଲ୍ଲୀ ରେଜଲ୍ଟ : ୨୭ ବର୍ଷ ପରେ କ୍ଷମତାକୁ ଫେରିବା ଲକ୍ଷ୍ୟରେ ବିଜେପି; ହ୍ୟାଟ୍ରିକ୍ ଆଶାରେ ଆପ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଦିଲ୍ଲୀର ସମସ୍ତ ୭୦ ଆସନରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ, ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଶନିବାର (୮ ଫେବୃଆରୀ) ସକାଳ ୮ଟା ସମୟରେ ଭୋଟ୍‌ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଭାରତୀୟ ନିର୍ବାଚନ ଆୟୋଗଙ୍କ ଅଫିସିଆଲ ୱେବସାଇଟ୍‌ରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ। ସେହିପରି ଭୋଟ୍ ଗଣତି ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆଲିସ୍ ଭାଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ ୫ହଜାର ତାଲିମ୍‌ପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ନିରବଚ୍ଛିନ୍ନ ଭିଭିପାଟ୍ ଚେକିଂ ସହ ଭୋଟ୍‌ଗଣତି ପ୍ରକ୍ରିୟା ଜାରି ରହିବ। ସେହିପରି ସ୍ଥିରିକୃତ ହୋଇଥିବା ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି।

ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ୍ ୬୯୯ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଦିଲ୍ଲୀର ମୋଟ୍ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ପ୍ରାୟ ୧କୋଟି ୫୬ଲକ୍ଷ ରହିଥିବା ବେଳେ ଏଥର ମୋଟ୍ ୫୮.୭୦% ମତଦାନ ହୋଇଛି। ଦିଲ୍ଲୀର ଉତ୍ତର-ପୂର୍ବ ଦିଲ୍ଲୀରେ ସର୍ବାଧିକ ଭୋଟିଂ ୬୪.୩୩% ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଦକ୍ଷିଣ ପୂର୍ବ ଦିଲ୍ଲୀରେ ସର୍ବନିମ୍ନ ୫୪.୫୮% ମତଦାନ ହୋଇଛି। ପ୍ରକାଶ, ଦିଲ୍ଲୀରେ ଏଥର କଂଗ୍ରେସ-ଆମ୍ ଆଦ୍‌ମୀ ପାର୍ଟି-ବିଜେପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି। ମୁଖ୍ୟତଃ ବିଜେପି ଏବଂ ଆମ୍ ଆଦ୍‌ମୀ ପାର୍ଟି ଏହି ଲଢ଼େଇରେ ଅଗ୍ରଣୀ ରହିଛନ୍ତି। ଏକ୍‌ଜିଟ୍ ପୋଲ୍ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲେ ମଧ୍ୟ ଆମ୍ ଆଦ୍‌ମୀ ପାର୍ଟି ଏହାକୁ ଅସ୍ୱୀକାର କରିବା ପୂର୍ବକ ଏଥର ମଧ୍ୟ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛି। ଯଦି ଏଥର ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଏ ତେବେ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିବ। ଏହି ଲକ୍ଷ୍ୟରେ ଦଳ ରହିଥିବା ବେଳେ ଆପ୍‌କୁ କ୍ରମାଗତ ୩ୟ ଥର (ହ୍ୟାଟ୍ରିକ୍‌) ବିଜୟ ମିଳିବ ବୋଲି କେଜ୍ରିୱାଲ ଆଶାବାଦୀ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking