22.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶବର୍ଷାରେ ବେହାଲ ଦିଲ୍ଲୀ; ନିର୍ମାଣାଧୀନ କୋଠା ଭୁଶୁଡି ୩ ଶିଶୁ ମୃତ, ୫ ଗୁରୁତର

ବର୍ଷାରେ ବେହାଲ ଦିଲ୍ଲୀ; ନିର୍ମାଣାଧୀନ କୋଠା ଭୁଶୁଡି ୩ ଶିଶୁ ମୃତ, ୫ ଗୁରୁତର

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇପଡିଛି ଦିଲ୍ଲୀ । ବିଗତ ୮୮ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାବେଳେ ସ୍ଥିତି ସାଂଘାତିକ ରହିଛି । ଏହାରି ମଧ୍ୟରେ ଗ୍ରେଟର-ନୋଏଡାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିବାରୁ ୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଆଉ ୫ ଶିଶୁ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁରଜପୁର ଥାନାରେ ଏରିଆରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି । ଲଗାଣ ବର୍ଷା ଫଳରେ କୋଠାଟି ଭୁଶୁଡି ପଡିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

ଦାଦ୍ରି ତହସିଲ ଏରିଆରେ ଏହି ଅଘଟଣ ଘଟିଛି । ଗତ ୨୪ ଘଣ୍ଟାର ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏହାର ଉପକଣ୍ଠରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ୮ଜଣ ଶିଶୁ ଖେଳୁଥିବା ସମୟରେ କୋଠାଟି ଭୁଶୁଡି ପଡିଥିଲା । କଂକ୍ରିଟ୍ ଭଗ୍ନାବଶେଷ ତଳେ ଶିଶୁମାନେ ପୋତି ହୋଇପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ ।

ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ୩ଜଣ ଶିଶୁଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ୫ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ଅତିରିକ୍ତ ମାଜିଷ୍ଟ୍ରେଟ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରାଥମିକ ଭାବେ ଲଗାଣ ବର୍ଷା କାରଣରୁ ମୂଳଦୁଆ ଦୁର୍ବଳ ହୋଇ କୋଠାଟି ଭୁଶୁଡି ପଡିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking