27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶକେଜ୍ରିୱାଲଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟର ରୋକ୍

କେଜ୍ରିୱାଲଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟର ରୋକ୍

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ନିଜର ରୋକ୍ ଜାରି ରଖିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଏକ ବଡ ରାୟ ଦେଇଛନ୍ତି ଏବଂ କେଜ୍ରିୱାଲଙ୍କ ଜାମିନ ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି । ଏହି ନିଷ୍ପତ୍ତି ପରେ କେଜ୍ରିୱାଲ ଏବେ ତିହାର ଜେଲରେ ରହିବେ । ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ କଟକଣା ଜାରି ରହିବ ବୋଲି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ତଳ କୋର୍ଟରେ କେଜ୍ରିଓ୍ବାଲଙ୍କ ଜାମିନ ବିରୋଧରେ ଇଡି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା, ଯାହାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନିଷେଧାଦେଶ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।ନିକଟରେ ମଦ ଦୁର୍ନୀତି ମାମଲାରେ କେଜ୍‌ରିୱାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟର ଅବକାଶକାଳୀନ ବେଞ୍ଚ କେଜ୍ରିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ କିନ୍ତୁ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ। ତେଣୁ ତଳ କୋର୍ଟର ରାୟ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking