33.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀରେ ନବଗଠିତ ବିଜେପି ସରକାର ଏବେ ଏକ ନୂଆ ନିୟମ ଲାଗୁ କରିଛନ୍ତି। ମାର୍ଚ୍ଚ ୩୧ପରେ ଅର୍ଥାତ୍ ଏପ୍ରିଲ୍ ପହିଲାରୁ ଏକ ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିବିଶେଷଙ୍କୁ ଆଉ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ୍ ଆଦି କିଛି ବି ଇନ୍ଧନ ମିଳିବନି। ପେଟ୍ରୋଲ ପମ୍ପ୍ ପକ୍ଷରୁ ଏମାନଙ୍କୁ ଫେରାଇଦିଆଯିବ। ରିପୋର୍ଟ ଅନୁସାରେ ଦିଲ୍ଳୀ ସରକାର ଏବେ ରାସ୍ତାରୁ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଏବଂ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସହରରେ ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ନିୟମ ଅନୁଯାୟୀ, ନିଷିଦ୍ଧ ଗାଡିଗୁଡିକୁ ଜବତ କରାଯିବ, ଏପରିକି ଏହି ଧରଣର ଗାଡ଼ି ମାଲିକଙ୍କ ଉପରେ ମୋଟା ଅଙ୍କର ଜୋରିମାନା କିମ୍ବା ଜେଲ୍‌ଦଣ୍ଡ ଭଳି ଦଣ୍ଡାଦେଶ ଲାଗୁ ହୋଇପାରେ। ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ଅଧିକାରୀଙ୍କ ସହ ଏକ ବୈଠକ ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଶନିବାର ଏସମ୍ପର୍କରେ ଘୋଷଣା କରିଛନ୍ତି। ସରକାର ଯାନବାହନ ର୍ନିଗମନ ଏବଂ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ପୁରୁଣା ଯାନବାହନ ଚିହ୍ନଟ କରିବାରେ ସ୍ମାର୍ଟ ଗ୍ୟାଜେଟ ସାହାଯ୍ୟ କରିବ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ବିଷୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଜଣାଇବେ। ପୁରୁଣା ଯାନବାହାନକୁ ଇନ୍ଧନ ଯୋଗାଣ ଉପରେ କଟକଣା ଲଗାଇବା ବ୍ୟତୀତ, ବାୟୁ ପ୍ରଦୂଷଣ ସ୍ତର ହ୍ରାସ କରିବା ପାଇଁ ରାଜଧାନୀର ସମସ୍ତ ଉଚ୍ଚ କୋଠା, ହୋଟେଲ ଏବଂ ବାଣିଜ୍ୟିକ କମ୍ପେ୍ଲକ୍ସ ପାଇଁ ଧୂଆଁ-ନିରୋଧୀ ସାଇଲେନ୍ସର ସ୍ଥାପନ କରିବା ବାଧ୍ୟତାମୂଳକ କରାଯିବ। ତେବେ ଏହି ଘୋଷଣାଗୁଡ଼ିକ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ ଭାବରେ ଆସିଛି, ଯାହା ସହରବାସୀଙ୍କ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking