29.1 C
Bhubaneswar
Friday, June 13, 2025
Homeଦେଶ ବିଦେଶଦିଲ୍ଲୀ ନିର୍ବାଚନର ପ୍ରଭାବ ଆମ ଉପରେ ପଡ଼ିବ ନାହିଁ: ମମତା

ଦିଲ୍ଲୀ ନିର୍ବାଚନର ପ୍ରଭାବ ଆମ ଉପରେ ପଡ଼ିବ ନାହିଁ: ମମତା

କୋଲକତା: ଦିଲ୍ଲୀ ନିର୍ବାଚନର ପ୍ରଭାବ ହୁଏତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡ଼ିଛି। ସେ ତରବରିଆଭାବେ ନିଜ ଦଳର ବିଧାୟକ ବୈଠକ ଡାକି ସମୀକ୍ଷା କରିବା ଏହାର ଜ୍ୱଳନ୍ତ ପ୍ରମାଣ ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିପାରିବ ନାହିଁ। ସେହିପରି ବିଧାୟକ ଦଳ ବୈଠକ ଡାକିବା ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି ଯେ, ଆଗାମୀ ଦିନରେ ପଶ୍ଚିମବଙ୍ଗ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ଏଥିପାଇଁ ସେ ବିଧାୟକଙ୍କ ଏକ ଆଭ୍ୟନ୍ତରୀଣ ବୈଠକ ଡକାଇ ଆଲୋଚନା କରିଛନ୍ତି। ଏହି ବୈଠକ ସହ ଦିଲ୍ଲୀ ନିର୍ବାଚନର କୌଣସି ସମ୍ପର୍କ ନାହିଁ। ସେହିପରି ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ଶୋଚନୀୟ ପରାଜୟ ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି କଂଗ୍ରେସ-ଆପ୍ ପରସ୍ପରକୁ ସମର୍ଥନ କରିଥିଲେ ହୁଏତ ପରିଣାମ ଭିନ୍ନ ହୋଇପାରିଥାନ୍ତା। ଅନ୍ୟ ଏକ ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏହି ବୈଠକରେ ମମତା ତୃଣମୂଳ ବିଧାୟକମାନଙ୍କୁ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି। ମମତା ଦୃଢ଼ତାର ସହ କହିଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ପୁନଃ କ୍ଷମତା ବଜାୟ ରଖିବ। ପଶ୍ଚିମବଙ୍ଗରେ କଂଗ୍ରେସର କିଛି ଅସ୍ତିତ୍ୱ ନଥିବା ବେଳେ ତାଙ୍କ ଦଳ ନିଜ ସାମର୍ଥ୍ୟରେ ବିଜୟ ହାସଲ କରିବ। ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବା ପାଇଁ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏକାକୀ ଯଥେଷ୍ଟ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking