22.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ 'ଜେଡ୍‌' ସୁରକ୍ଷା

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ‘ଜେଡ୍‌’ ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତାଙ୍କ ବଢିଲା ସୁରକ୍ଷା । ରେଖା ଗୁପ୍ତାଙ୍କୁ ଜେଡ୍ କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର । ଆକ୍ରମଣ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ବଢାଇଲା ଗୃହ ମନ୍ତ୍ରାଳୟ । ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ସିଆରପିଏଫ ଯବାନ । ସୂଚନା ଥାଉକି, କାଲି ଜନଶୁଣାଣି ବେଳେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା ।    ଅଭିଯୁକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅଧିକାରୀଙ୍କ  କହିବା ଅନୁଯାୟୀ,  ଯେତେବେଳେ ଜନଶୁଣାଣି ଚାଲିଥିଲା   ୩୫ ବର୍ଷୀୟ ବ୍ୟକ୍ତି ଜଣକ ହାତରେ କାଗଜ ପତ୍ର ଧରି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ । ଜନଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିବା ସହ ଦୁର୍ୱ୍ୟବହାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking