19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସିଲ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସିଲ୍‌

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ଦିଲ୍ଲୀରେ ଉତ୍ତେଜନା ଦେଖାଦେଇଛି। ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ପିଡବ୍ଲ୍ୟୁଡି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଜିନିଷପତ୍ର ବାହାର କରି ତାଙ୍କ ବାସଭବନକୁ ସିଲ୍ କରିଛନ୍ତି। ଦିଲ୍ଲୀ ସିଏମ କାର୍ଯ୍ୟାଳୟ (ସିଏମଓ) ଅଭିଯୋଗ କରିଛି, ଦେଶର ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରାଯାଇଛି। ବିଜେପିର ନିର୍ଦ୍ଦେଶରେ ଦିଲ୍ଲୀର ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରୁ ଜିନିଷପତ୍ର ବାହାର କରାଯାଇଛି। । ଦିଲ୍ଲୀ ସିଏମ କାର୍ଯ୍ୟାଳୟ ଅଭିଯୋଗ କରିଛି ଯେ ଜଣେ ବଡ ବିଜେପି ନେତାଙ୍କୁ ସିଏମ ବାସଗୃହ ବଣ୍ଟନ ପାଇଁ ଉପରାଜ୍ୟପାଳଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି।

୨୭ବର୍ଷ ଧରି ଦିଲ୍ଲୀରେ କ୍ଷମତାଠାରୁ ଦୂରରେ ଥିବା ବିଜେପି ବର୍ତ୍ତମାନ ସିଏମ ବାସଭବନକୁ କବଜା କରିବାକୁ ଚାହୁଁଛି। ତେବେ ବିଜେପି କହିଛି ଯେ ଆତିଶୀ ବଙ୍ଗଳାକୁ ବେଆଇନ ଭାବେ ଦଖଲ କରିଛନ୍ତି। ଯେତେବେଳେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ସମଗ୍ର ବିବାଦ ସାମ୍ନାକୁ ଆସିଥିଲା । ଏହା ପରେ ଆତିଶୀଙ୍କୁ ଦିଲ୍ଲୀର ନୂତନ ସିଏମ୍ କରାଯାଇଥିଲା। ନୂତନ ସିଏମ୍ ଆତିଶୀ ଫ୍ଲାଗଷ୍ଟାଫ୍ ରୋଡ୍‌-୬ରେ ଅବସ୍ଥିତ ଏହି ସରକାରୀ ବାସଭବନକୁ ସ୍ଥାନାନ୍ତରିତ ହୋଇଥିଲେ। ତେବେ ବର୍ତ୍ତମାନ ସିଏମ୍‌ଓ ପକ୍ଷରୁ ତାଙ୍କ ବଙ୍ଗଳା ଖାଲି କରାଯାଇଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ତାଙ୍କ ପରିବାର ସହିତ ୯ ବର୍ଷରୁ ଅଧିକ ସମୟ ଧରି ଏହି ବଙ୍ଗଳାରେ ରହୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking