19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ: ଦୁଃଖ ପ୍ରକାଶ କଲେ ଅଖିଳେଶ ଯାଦବ

ଦିଲ୍ଲୀ ବିସ୍ଫୋରଣ: ଦୁଃଖ ପ୍ରକାଶ କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦୁଃଖ ପ୍ରକାଶ କରି ଏକ୍ସରେ ଟ୍ୱିଟ କରି ଜଣାଇଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ଘଟଣାର ପ୍ରତ୍ୟେକ ଦିଗରେ ତଦନ୍ତ ଦାବି କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ପାଇଁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ କହିଛନ୍ତି । ଏହି ବିସ୍ଫୋରଣ ଯୋଗୁଁ ଦେଶର ରାଜଧାନୀରେ ଯେଉଁ ଭୟ ବ୍ୟାପିଛି, ସେଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବା ପାଇଁ ତୁରନ୍ତ ସୁରକ୍ଷା ବ୍ୟବସ୍ତା କରାଯିବ ଉଚିତ ।ଅନ୍ୟପକ୍ଷରେ, ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ପରେ, ଆନନ୍ଦ ବିହାର ଏବଂ ଉତ୍ତର ପ୍ରଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୋଲିସ ବାହିନୀ ମୁତୟନ କରାଯାଇଛି, ଏବଂ କଡ଼ା ଯାଞ୍ଚ ଚାଲିଛି। ରାଜଧାନୀ ଲକ୍ଷ୍ନୌ ସମେତ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ପ୍ରତ୍ୟେକ ସିଲ୍ ଅଞ୍ଚଳ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ମେଟ୍ରୋ ଷ୍ଟେସନ ଉପରେ ନଜର ରଖାଯାଇଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking