21.1 C
Bhubaneswar
Saturday, February 7, 2026
Homeଓଡିଶାଦିଲ୍ଲୀ ବ୍ଲାଷ୍ଟ: କୋର୍ଟରେ ଉମରର ସହଯୋଗୀ

ଦିଲ୍ଲୀ ବ୍ଲାଷ୍ଟ: କୋର୍ଟରେ ଉମରର ସହଯୋଗୀ

ନୂଆଦିଲ୍ଲୀ: କୋର୍ଟରେ ହାଜର ହେଲା ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍ ବିସ୍ଫୋରଣ ଘଟଣାର ଅଭିଯୁକ୍ତ। ଦିଲ୍ଲୀ କୋର୍ଟରେ ହାଜର ହେଲା ଆତଙ୍କୀ ଉମରର ସହେଯାଗୀ। ଉମରର ସହେଯାଗୀ ଅମିର ରସିଦ ଅଲ୍ଲୀକୁ କୋର୍ଟରେ ହାଜର କଲା ଏନଆଇଏ। କାଶ୍ମୀରର ଅମିର ରସିଦ ଅଲ୍ଲୀକୁ କାଲି ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ। ଆତ୍ମଘାତୀ ବିସ୍ଫୋରଣ ପାଇଁ ଷଡଯନ୍ତ୍ର ଅଭିଯୋଗରେ ଗିରଫ କରିଥିଲା ଏନଆଇଏ। ଦିଲ୍ଲୀ ଆସି କାର୍ କିଣି ଆତଙ୍କୀ ଆକ୍ରମଣ ପାଇଁ ପୂରା ଯୋଜନା କରିଥିଲା। ନଭେମ୍ବର ୧୦ ତାରିଖରେ ଘଟିଥିବା କାର ବିସ୍ଫୋରଣରେ ୧୩ ଜଣ ନିର୍ଦ୍ଦୋଷଙ୍କ ଜୀବନ ଯିବା ସହ ଅନେକ ଆହତ ହୋଇଥିଲେ।

ରିପୋର୍ଟ ଅନୁସାରେ, ଲାଲକିଲ୍ଲା ବିସ୍ଫୋରଣରେ ଜଡିତ କାରଟି ରସିଦ ଅଲ୍ଲୀ ନାମରେ ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତ ରସିଦ ଅଲ୍ଲୀ ‘ଆତ୍ମଘାତୀ ବୋମା ବିସ୍ଫୋରଣ କରିବାରେ ସାହାଯ୍ୟ କରିଥିଲେ ଏବଂ ଏହି କାର ପାଇବାରେ ଏବଂ ପରେ ଏହି କାରକୁ ଆଇଇଡି ଜନ୍ମିତ ଯାନରେ ପରିଣତ କରିବାରେ ମଧ୍ୟ ସାହାଯ୍ୟ କରିଥିଲେ’। ଏଜେନ୍ସିର ତଦନ୍ତ ବୃହତ ଷଡ଼ଯନ୍ତ୍ର ନେଟୱାର୍କର ପର୍ଦ୍ଦାଫାଶ କରିବାକୁ ଲକ୍ଷ୍ୟ ରଖିଛି, ବିଭିନ୍ନ ରାଜ୍ୟରେ ତଦନ୍ତ ଜାରି ରହିଥିବାରୁ ଅଧିକ ଗିରଫଦାରୀ ଆଶା କରାଯାଉଛି। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ଆହତଙ୍କ ସମେତ ୭୩ ଜଣ ସାକ୍ଷୀଙ୍କୁ ଏନଆଇଏ ପଚରାଉଚରା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking