18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଦିଲ୍ଲୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୧୦ ରିପୋର୍ଟ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଚଳନ୍ତା କାରରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଏହା ସହ ଓଡିଶା ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି । ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ଏଏସଆଇ ଆଜି ଲାଲକିଲ୍ଲାକୁ ଆଗାମୀ ତିନି ଦିନ ପାଇଁ ବନ୍‌ଦ କରିଦେଇଛି । ସୁଚନାରୁ ପ୍ରକାଶ, ଏନଆଇଏ ଦିଲ୍ଲୀ ବିସ୍ଫୋରଣର ଆନୁଷ୍ଠାନିକ ତଦନ୍ତ କରିପାରେ । ବର୍ତ୍ତମାନ, ସ୍ପେଶାଲ ସେଲ୍ ଏବଂ ସ୍ଥାନୀୟ ପୋଲିସ ବିସ୍ଫୋରଣର ତଦନ୍ତ କରୁଛନ୍ତି । ଏବେ ଦିଲ୍ଲୀ ବିସ୍ଫୋରଣ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଲିଙ୍କ ଥିବାରୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇପାରେ ।

ଦିଲ୍ଲୀ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୩୦ରୁ ଅଧିକ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking