14.1 C
Bhubaneswar
Tuesday, December 23, 2025
Homeଦେଶ ବିଦେଶଦିଲ୍ଲୀ ବିଧାନସଭା ନିର୍ବାଚନ: ବଡ଼ ଘୋଷଣା କଲା ଶାସକ ଦଳ; ଝିଅ ବିବାହ ପାଇଁ ଅଟୋ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ବଡ଼ ଘୋଷଣା କଲା ଶାସକ ଦଳ; ଝିଅ ବିବାହ ପାଇଁ ଅଟୋ ଡ୍ରାଇଭରଙ୍କୁ ମିଳିବ ୧ ଲକ୍ଷ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାପୂର୍ବକ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ରାଜ୍ୟବାସୀଙ୍କ ପାଇଁ ଲୋଭନୀୟ ଯୋଜନାସବୁ ଘୋଷଣା କରିବା ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଆପ୍ ସରକାରଙ୍କ ପକ୍ଷରୁ ରାଜ୍ୟର ଅଟୋ ଡ୍ରାଇଭର ଏବଂ ସରକାରୀ ବସ୍ ଚଳାଉଥିବା ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ରିପୋର୍ଟ ଅନୁସାରେ ଆପ୍ ସରକାର ଏବେ ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ସେମାନଙ୍କ ଝିଅ ବାହାଘର ପାଇଁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ। ସେହିପରି ହୋଲି ଏବଂ ଦୀପାବଳି ପରି ଉତ୍ସବରେ ସେମାନଙ୍କ ୟୁନିଫର୍ମ (ଡ୍ରାଇଭର ୟୁନିଫର୍ମ) ପାଇଁ ୨୫୦୦ ଟଙ୍କା ଦେବାକୁ ମଧ୍ୟ ଆପ୍ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ଦିଲ୍ଲୀ ସରକାର ଅଟୋ ଚାଳକଙ୍କ ପାଇଁ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଏବଂ ୧୦ ଲକ୍ଷ ଟଙ୍କା ଜୀବନ ବୀମା ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ କହିଛନ୍ତି ଯେ ସରକାର ଅଟୋ ଡ୍ରାଇଭର ତଥା ସେମାନଙ୍କ ପରିବାରର ସମ୍ପୂର୍ଣ୍ଣ ଯତ୍ନ ନେଇଛନ୍ତି। ଏପରିକି ଦିଲ୍ଲୀ ସରକାର ଅଟୋ ଡ୍ରାଇଭରଙ୍କ ପିଲାମାନଙ୍କୁ ମାଗଣା କୋଚିଂ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି। ସେହିପରି ଚୁକ୍ତିଭିତ୍ତିକ ଡ୍ରାଇଭର ଏବଂ ଡିଟିସିର କଣ୍ଡକ୍ଟରଙ୍କ ଦରମା ବୃଦ୍ଧି ଦିଗରେ ମଧ୍ୟ ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅତିିଶୀ କହିଛନ୍ତି ଯେ ମାସିକ ୨୧୯୧୮ ଟଙ୍କା ବଦଳରେ ଡିଟିସି ଚୁକ୍ତିଭିତ୍ତିକ ଡ୍ରାଇଭରମାନେ ଏଣିକି ମାସକୁ ୩୨୯୧୮ ଟଙ୍କା ଏବଂ ଚୁକ୍ତିଭିତ୍ତିକ କଣ୍ଡକ୍ଟରମାନେ ମାସକୁ ୨୯୨୫୦ ଟଙ୍କା ପାଇବେ। ସେ କହିଛନ୍ତି ଯେ ଏହି ଦରମା ବୃଦ୍ଧିରେ ୨୨୨ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ଅତିଶୀଙ୍କ କହିବାନୁସାରେ ବର୍ତ୍ତମାନ ଏସବୁ ପ୍ରସ୍ତାବ ଉପରାଜ୍ୟପାଳଙ୍କ ପାଖକୁ ଯିବ ଏବଂ ଆସନ୍ତା ୧-୨ ମାସ ମଧ୍ୟରେ ଡିଟିସି ଡ୍ରାଇଭର ଏବଂ କଣ୍ଡକ୍ଟରମାନଙ୍କୁ ସେମାନଙ୍କ ଗ୍ରେଡ୍ ପେ ଅନୁଯାୟୀ ବେତନ ବୃଦ୍ଧି କରାଯିବା ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking