17.1 C
Bhubaneswar
Wednesday, February 4, 2026
Homeଓଡିଶାବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: ସିଜେଆଇ

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: ସିଜେଆଇ

କଟକ: ବିଳମ୍ବିତ ନ୍ୟାୟକୁ ନେଇ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଉଦ୍‌ବେଗ। ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ସିଜେଆଇଙ୍କ ଉଦ୍‌ବେଗ। ସିଜେଆଇ କହିଛନ୍ତି ଯେ ସାଧାରଣ ଲୋକ ଓ ନ୍ୟାୟ ମଧ୍ୟରେ ଦୁଇଟି ଜିନିଷ ବାଧା ଆଣିଥାଏ। ଗୋଟିଏ ମକଦ୍ଦମାରେ ଖର୍ଚ୍ଚ ହେଉଥିବା ଟଙ୍କା ଓ ଅନ୍ୟଟି ଏଥିରେ ବିତୁଥିବା ସମୟ। ବିଳମ୍ବିତ ନ୍ୟାୟ ଲୋକଙ୍କ ଆର୍ଥିକ ସ୍ଥିତି ଓ ସମ୍ମାନ ଉପରେ ପ୍ରଭାବ ପକାଇଥାଏ। ବିଳମ୍ବିତ ଓ ଖର୍ଚ୍ଚସାପେକ୍ଷ ନ୍ୟାୟ ବ୍ୟବସ୍ଥା ସାଧାରଣ ଲୋକଙ୍କ ଉପରେ ବୋଝ। ଏଥିରେ ୩ଟି ବସ୍ତୁ ମୂଳ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି କହିଲେ ସିଜେଆଇ। ପ୍ରଥମଟି ସାଧାରଣ ଲୋକଙ୍କ ଉପରେ କମ୍ ଚାପ ପକାଇବା, ଦ୍ୱିତୀୟଟି ଅନିଶ୍ଚିତତା ଦୂର କରିବା ଏବଂ ତୃତୀୟଟି ସାଧାରଣ ଲୋକଙ୍କ ସମ୍ମାନ ରକ୍ଷା କରିବା।କଟକରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଏହା ପ୍ରଥମ ଓଡିଶା ଗସ୍ତ ।

କଟକରେ ସିଜେଆଇ ସୂର୍ଯ୍ୟକାନ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking