16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶ୭ବର୍ଷ ପରେ ଚୀନ୍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ

୭ବର୍ଷ ପରେ ଚୀନ୍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପରେ କୌଣସି ଭାରତୀୟ ମନ୍ତ୍ରୀ ଚୀନ୍ ଗସ୍ତରେ ଯାଉଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୫ରୁ ୨୭ ଜୁନ ପର୍ଯ୍ୟନ୍ତ ଚୀନ୍ ଗସ୍ତରେ ରହିବେ । ରାଜନାଥଙ୍କ ପୂର୍ବରୁ ୭ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ରେ ତତ୍କାଳୀନ କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଶେଷ ଭାରତୀୟ ମନ୍ତ୍ରୀ ଭାବେ ଚୀନ୍ ଗସ୍ତ କରିଥିଲେ । ନିଜର ଏହି ଗସ୍ତ କାଳରେ ରାଜନାଥ କ୍ୱିଂଡାଓ ସହରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ ଏହି ବୈଠକରେ ଯୋଗଦେବେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗସ୍ତକୁ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କାରଣ ଚୀନ୍ ଦୀର୍ଘ ସମୟ ପରେ ଲଦାଖରୁ ପଛକୁ ହଟିଛି । ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କ ପୁଣିଥରେ ଟ୍ରାକ୍‌କୁ ଫେରିଛି । ଭାରତ ଏବଂ ଚୀନ୍ ମଧ୍ୟରେ ଯାତ୍ରା, ଆଲୋଚନା ଏବଂ ବାଣିଜ୍ୟ ପୁଣି ଥରେ ଆରମ୍ଭ ହୋଇଛି । କୈଳାସ ମାନସରୋବର ଯାତ୍ରା ପାଇଁ ମଧ୍ୟ ଚୀନ୍ ଅନୁମତି ଦେଇଛି । ଡେମଚୋକ ଏବଂ ଡେପସାଙ୍ଗରେ ଦ୍ୱିପାକ୍ଷିକ ପାଟ୍ରୋଲିଂ ସମ୍ପର୍କରେ ମଧ୍ୟ ସୂଚନା ପ୍ରକାଶ ପାଇଛି । ରାଜନାଥ, ଚୀନ୍ ପ୍ରତିପକ୍ଷ ଆଡମିରାଲ ଡଙ୍ଗ ଜୁନ୍‌ଙ୍କୁ ସାକ୍ଷାତ କରିବା ସହ ଏକ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଉଭୟ ନେତା ଭିଜା ନୀତି, କୈଳାସ ଯାତ୍ରା, ଜଳ ତଥ୍ୟ ଆଦାନପ୍ରଦାନ ଏବଂ ବିମାନ ସଂଯୋଗ ପୁନରୁଦ୍ଧାର ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ଶେଷ ବୈଠକ ଲାଓସରେ ଏଡିଏମ୍‌ଏମ୍‌-ପ୍ଲସ ଶିଖର ସମ୍ମିଳନୀରେ ହୋଇଥିଲା । ସୀମା ବିବାଦ ପରେ ଏହା ପ୍ରଥମ ସିଧାସଳଖ ଆଲୋଚନା ଥିଲା ।

ସାଂଘାଇ ସହଯୋଗ ସଂଗଠନ ଏକ ଆଞ୍ଚଳିକ ଅନ୍ତର୍ଜାତୀୟ ସଂଗଠନ । ଏହା ୨୦୦୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା, ଯେଉଁଥିରେ ରୁଷ୍‌, ଚୀନ୍ କିର୍ଗିଜସ୍ତାନ, ଉଜ୍‌ବେକିସ୍ତାନ, ତାଜିକିସ୍ତାନ ଏବଂ କାଜାଖସ୍ତାନ ସାମିଲ ଥିଲେ । ପରେ ଭାରତ ଏବଂ ପାକିସ୍ତାନ ୨୦୧୭ରେ ଏହାର ସଦସ୍ୟତା ଲାଭ କରିଥିଲେ । ୨୦୨୩ରେ ଇରାନ ମଧ୍ୟ ଏସ୍‌ସିଓର ସଦସ୍ୟତା ଗ୍ରହଣ କରିଛି । ଏସ୍‌ସିଓର ଉଦ୍ଦେଶ୍ୟ ହେଉଛି ସଦସ୍ୟ ଦେଶମାନଙ୍କ ମଧ୍ୟରେ ସୁରକ୍ଷା, ଆର୍ôଥକ ଏବଂ ରାଜନୈତିକ ସହଯୋଗ ବୃଦ୍ଧି କରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking