ଭୁବନେଶ୍ୱର: ଆଜି ବିଧାନସଭାର ଦ୍ୱିତାୟ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ଗୃହରେ ଗଣେଶ୍ୱର ବେହେରା ପ୍ରଶ୍ନ ରଖିଛନ୍ତି । ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉତ୍ତର ରଖିଛନ୍ତି ଯେ, ୮୦୦ ଟଙ୍କା ବୋନସ ଘୋଷଣା ପରେ ବି କମିବ ଚାଷୀଙ୍କ ପଞ୍ଜୀକରଣ । ୨୦୨୩- ୨୪ରେ ୧୭ ଲକ୍ଷ ୭୨ ହଜାର ୩୪୭ ପଞ୍ଜୀକୃତ କରିଥିଲେ । ଏବର୍ଷ ୧୭ ଲକ୍ଷ ୪୯ ହଜାର ୯୮୭ ଚାଷୀ ପଞ୍ଜୀକୃତ କରିଛନ୍ତି ।