16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶପାକିସ୍ତାନରେ ଏଜୁକେସନ୍ ଏମର୍ଜେନ୍ସି ଘୋଷଣା

ପାକିସ୍ତାନରେ ଏଜୁକେସନ୍ ଏମର୍ଜେନ୍ସି ଘୋଷଣା

ଇସଲାମାବାଦ୍ : ରବିବାର ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ପାକିସ୍ତାନରେ ଶିକ୍ଷାଜନିତ ଏମର୍ଜେନ୍ସି ଘୋଷଣା କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଦେଶବ୍ୟାପୀ ଶିକ୍ଷାଜନିତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏଥିସହ ସେ ପାକିସ୍ତାନରେ ଶିକ୍ଷା ବ୍ୟବସ୍ଥା ସହ ଜଡିତ ତଥା ଏକ୍ଷେତ୍ରରେ ସକ୍ରିୟ ଥିବା ଘରୋଇ କ୍ଷେତ୍ର ତଥା ନାଗରିକ ସଂଗଠନଗୁଡ଼ିକୁ ସରକାରଙ୍କ ସହ ହାତ ମିଳାଇବାକୁ ମଧ୍ୟ ଆହ୍ୱାନ କରିଛନ୍ତି ।

ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶେହବାଜ୍ ପାକିସ୍ତାନବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ କହିଛନ୍ତି ଯେ, ଏହି ଏମର୍ଜେନ୍ସି ପ୍ରକ୍ରିୟା ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଅଭିଯାନ ଏବଂ ସ୍କୁଲରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଭଳି ବ୍ୟବସ୍ଥା ଆରମ୍ଭ କରାଯିବ । ସାକ୍ଷରତା ହେଉଛି ଏକ ମୌଳିକ, ମାନବିକ ତଥା ସାମ୍ବିଧାନିକ ଅଧିକାର ଯାହା ଆମ ଦେଶର ଭବିଷ୍ୟତକୁ ନିଶ୍ଚିତ କରିଥାଏ । ସାକ୍ଷରତାକୁ କେବଳ ପଢ଼ିବା ଲେଖିବାର କ୍ଷମତା ନୁହେଁ, ବରଂ ସଶକ୍ତିକରଣ, ଅର୍ଥନୈତିକ ସୁଯୋଗ ଏବଂ ଏଥିରେ ସକ୍ରିୟ ଅଂଶଗ୍ରହଣର ଏକ ଦ୍ୱାର ବୋଲି ବିବେଚନା କରାଯିବା ଉଚିତ୍ ।

ସେହିପରି ସ୍କୁଲରୁ ଡ୍ରପଆଉଟ୍ (ଅଧାରୁ ପାଠ ପଢ଼ା ଛାଡୁଥିବା ପିଲା)ହାର ହ୍ରାସ କରିବା ଏବଂ ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବାକୁ ଉତ୍ସାହିତ କରିବା ପାଇଁସରକାର ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ଦେବାକୁ ଚିନ୍ତା କରୁଛନ୍ତି । ସ୍ୱଳ୍ପ ଆୟ କରୁଥିବା ପରିବାରର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇବା ପାଇଁ ପାକ୍ ସରକାର ପାକିସ୍ତାନ ଶିକ୍ଷା ଏଣ୍ଡୋଉମେଣ୍ଟ ପାଣ୍ଠି ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଏହି ଦ୍ରୁତ ଉଦୀୟମାନ ଦୁନିଆରେ ସାକ୍ଷରତା ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଦକ୍ଷତା ବିକାଶ ଅନିବାର୍ଯ୍ୟ ଅଟେ । ବେସରକାରୀ କ୍ଷେତ୍ର ଏବଂ ନାଗରିକ ସମାଜ ସଂଗଠନଙ୍କ ସହ ପ୍ରଭାବଶାଳୀ ସହଭାଗୀତା ସ୍ଥାପନ କରି ଆମେ ଶିକ୍ଷାକୁ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ସୁଯୋଗ ସହିତ ଯୋଡିପାରିବା, ଏକ ଶକ୍ତିଶାଳୀ ଏବଂ ଅଧିକ ଅନ୍ତର୍ଭୂକ୍ତ କର୍ମଜୀବୀ ସୃଷ୍ଟି କରିପାରିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking