ଭୁବନେଶ୍ୱର ; ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ନିଶ୍ପତ୍ତି ଖୁବଶୀଘ୍ର ନିଆଯିବ କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଘଟଣାର ତଦନ୍ତ ପ୍ରକ୍ରିୟା କଣ ହେବ ସରକାର ନିଷ୍ପତ୍ତି ନେବେ କହିଲେ ମନ୍ତ୍ରୀ । ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ବାକୁ ଆସୁଛି । ପୂର୍ୱ ସରକାରରେ ଭୟର ବାତାବରଣ ଥିବାରୁ ଲୋକେ ମୁହଁ ଖୋଲୁ ନଥିଲେ । ଏପରିକି ନବୀନଙ୍କ ପରିବାର ଲୋକେ ମୁହଁ ଖୋଲିବାକୁ ସାହସ କରୁନଥିଲେ । ସେ ଭୟ ବର୍ତ୍ତମାନ ଦୂର ହୋଇଛି । ତେଣୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆଉ ସେହି ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ହତ୍ୟାକାଣ୍ଡ କାହିଁକି ହେଲା , କିଏ କଲା, ଷଡଯନ୍ତ୍ରରେ କିଏ ଭାଗୀଦାର ଜଣାପଡିବ କହିଛନ୍ତି ମନ୍ତ୍ରୀ ା