32.1 C
Bhubaneswar
Thursday, February 19, 2026
Homeଓଡିଶାଋଣ ବଢୁଛି, ରୋଜଗାର ନାହିଁ: ସୋଫିଆ

ଋଣ ବଢୁଛି, ରୋଜଗାର ନାହିଁ: ସୋଫିଆ

ଭୁବନେଶ୍ୱର: ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ସୋଫିଆ ଫିର୍ଦ୍ଦୋସ ପ୍ରତିକ୍ରିୟା ରଖି କହିଛନ୍ତି, ବଜେଟର ପ୍ରାରମ୍ଭିକ ଆକଳନରୁ ଲାଗୁଛି ଆହୁରି ଋଣ ବଢିବ । ରାଜ୍ୟର ବଢୁଛି ଋଣ ଭାର । ରୋଜଗାର ନାହିଁ । ଏମଓୟୁ ସାଇନ ହେଉଛି, ହେଲେ କାର୍ଯ୍ୟକାରୀ ହେଉନି । ସୂଚନା ଥାଉକି, ଆଜି ସକାଳେ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକି ୨୦୨୫-୨୬ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ରହିଛି । ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବା ବେଳେ ଓଡିଶାରେ ଅଭିବୃଦ୍ଧି ହାର ୯.୨% ପ୍ରତିଶତ ରହିଛି । ୯.୨% ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧, ୮୬, ୭୬୧ ଟଙ୍କା ରହିଛି । ଅର୍ଥ ବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ ଅଟେ ।

ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking