ଭୁବନେଶ୍ଵର: ଓଡ଼ିଶାରେ ପହଞ୍ଚିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର । ଏୟାର ଇଣ୍ଡିଆର ବିମାନ ଯୋଗେ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରରେ ଅଣାଯାଇଛି । ବିମାନବନ୍ଦରରେ ମରଶୀରରକୁ ଗାର୍ଡ ଅଫ ଅନର ଦିଆ ଯାଇଛି । ଗାର୍ଡ ଅଫ୍ ଅନର ଦିଆଯିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଥିଲେ । ବିମାନବନ୍ଦରରେ ଅଗଣିତ ଲୋକଙ୍କ ଭିଡ଼ ଲାଗିଥିଲା, ଦେବେନ୍ଦ୍ରଙ୍କୁ ଶେଷ ଥର ପାଇଁ ଦେଖିବାକୁ । ଭୁବନେଶ୍ଵର ବିମାନବନ୍ଦରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ସିଧା ଦଳୀୟ କାର୍ୟ୍ୟାଳୟକୁ ନିଆଯିବ । ବିଜେପି ରାଜ୍ୟ କାର୍ୟ୍ୟାଳୟରେ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯିବ । ସେଠାରେ ସାଧାରଣ ଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିବେ । ଏହାପରେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।