ଭଦ୍ରକ: ଭଦ୍ରକରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଶୁଦ୍ଧିକ୍ରିୟା ପାଇଁ ସ୍ନାନ କରିବା ବେଳେ ରେବ ନଦୀରେ ବୁଡିଗଲେ ଯୁବକ । ଫଳରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଧାମନଗର ଭଗବାନପୁର ପଞ୍ଚାୟତ କଛଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଜେଜେମାଆର ଶୁଦ୍ଧିକ୍ରିୟା ପାଇଁ ଗାଧୋଇବା ବେଳେ ବୁଡି ମୃତ୍ୟୁବରଣ କରିଛନ୍ତି ଯୁବକ । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।










