26.1 C
Bhubaneswar
Tuesday, April 1, 2025
Homeଦେଶ ବିଦେଶମିଆଁମାର-ଥାଇଲାଣ୍ଡ ଭୂକମ୍ପ: ୧୮୬ ଛୁଇଁଲାଣି ମୃତ୍ୟୁ ସଂଖ୍ୟା

ମିଆଁମାର-ଥାଇଲାଣ୍ଡ ଭୂକମ୍ପ: ୧୮୬ ଛୁଇଁଲାଣି ମୃତ୍ୟୁ ସଂଖ୍ୟା

ବ୍ୟାଙ୍କକ: ଭୂକମ୍ପ ପରେ ବଢୁଛି ମୃତ୍ୟୁ ସଂଖ୍ୟା । ମିଆଁମାର ଏବଂ ଥାଇଲାଣ୍ଡରେ ମୃତକଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି । ଭୟଙ୍କର ଭୂକମ୍ପରେ ଉଭୟ ମିଆଁମାର ଏବଂ ଥାଇଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଶହେ ଟପିଛି ମୃତକଙ୍କ ସଂଖ୍ୟା । ତେବେ ବର୍ତ୍ତମାନ ସୁଦ୍ଧା ୧୮୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିବା ବେଳେ ୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଉ ମୃତକଙ୍କ ମଧ୍ୟରେ କେବଳ ୧୮୧ ଜଣ କେବଳ ମିଆଁମାରୁ ବୋଲି ସୂଚନା ରହିଛି । ସେପଟେ ପ୍ରକୃତିର ଏହି ତାଣ୍ଡବଲୀଳାରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି । ଖାଲି କୋଠା କି ରାସ୍ତା ନୁହେଁ ମଲ୍, ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ସ୍କୁଲ, କଲେଜ, ବଜାରରେ ଏମିତି ଅନେକ ସ୍ଥାନରେ ଲୋକେ ଭୂକମ୍ପ ଦ୍ବାରା ପ୍ରଭାବିତ ହୋଇଛନ୍ତି ଆଉ ମୃତାହତ ବି ହୋଇଛନ୍ତି । ଯଦିଓ ସରକାରୀ ସ୍ତରରେ କୌଣସି ସୂଚନା ମିଳିନି ତେବେ ଭୂକମ୍ପରେ ମୃତକଙ୍କ ସଂଖ୍ୟା ଏବେ ୧୮୬ ହୋଇଥିବା ବେଳେ ଏହା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଦୁଇ ଦୁଇଟି ବିରାଟ୍ ଭୂକମ୍ପ ଝଟକାରେ ଦୋହଲି ଯାଇଛି ମିଆଁମାର ଓ ଥାଇଲାଣ୍ଡ । ପ୍ରକୃତି ରଚିଛି ତାଣ୍ଡବଲୀଳା । ଧ୍ୱଂସର ଏହି ଭୟଙ୍କର ଝଟକା ପରେ ମିଆଁମାରଠୁ ଥାଇଲାଣ୍ଡ ସବୁଠି ହାହାକାର, ସବୁଠି ଜୀବନ ପାଇଁ ସଂଘର୍ଷ ଏବଂ ସବୁଠି ଜୀବନ-ମୃତ୍ୟୁ ଭିତରେ ଟଣାଓଟରା । କେଉଁଠି ବଡ ବଡ କୋଠାରେ ଶହଶହ ଜୀବନ ନିଖୋଜ ତ କେଉଁଠି ସୁଉଚ୍ଚ ଅଟ୍ଟାଳିକା ତଳେ ଚାପି ହୋଇ ରହି ଛଟପଟ ହେଉଛି ଜୀବନ ।

ଭୁଶୁଡି ପଡିଛି ମଲ୍, ଭାଙ୍ଗିଯାଇଛି ଘର, ଫାଟିଯାଇଛି ରାସ୍ତା, ଗଡି ପଡିଛି ଗଛ… ସବୁଠି ମୃତ୍ୟୁର ତାଣ୍ଡବଲୀଳା ଆଉ ସବୁଠି ଜୀବନର ଆର୍ତ୍ତ ଚିତ୍କାର… ବଞ୍ଚାଅ ବଞ୍ଚାଅର ଡାକ । କିଏ ଶୁଣିବ, କିଏ କାହାକୁ ଉଦ୍ଧାର କରିବ । ସମସ୍ତେ ତ ଏଠି ନିଜ ନିଜ ଜୀବନକୁ ନେଇ ଧାଇଁଛନ୍ତି । କେଉଁଠି ଆଗେ ଆଗେ ମୃତ୍ୟୁ ତ କେଉଁଠି ପଛେ ପଛେ ମୃତ୍ୟୁ ଧାଉଁଥିବା ଦେଖିବାକୁ ମିଳିଛି । ମିଆଁମାରରେ ବିଭିନ୍ନ ସ୍ଥାନରେ ଭୂକମ୍ପ କାରଣରୁ ବଡ ବଡ କୋଠା ଭୁଶୁଡି ପଡିଛି ଏବଂ ସେହି କୋଠା ତଳୁ ବୁଲଡୋଜର ଜରିଆରେ ନିଖୋଜ ମଣିଷଙ୍କୁ ଖୋଜା ଚାଲିଛି । ବ୍ୟାଙ୍କକକେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭୁଶୁଡୁଥିବାରୁ ଭିଡିଓ ଭାଇରାଲ ହେଉଛି । ଯେଉଁଠି ପ୍ରାୟ ୯୦ ଜଣ ଶ୍ରମିକ କାମ କରୁଥିବା କୁହାଯାଉଛି । ଯେଉଁମାନଙ୍କର କୌଣସି ପତ୍ତା ବି ମିଳୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking