18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଚାରିଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୮୦ ଛୁଇଁଲା

ଚାରିଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୮୦ ଛୁଇଁଲା

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥର ଚାରିଧାମ ଯାତ୍ରା ଏହି ଦୁଃଖଦ କାରଣ ପାଇଁ ଚର୍ଚ୍ଚାରେ ରହିଛି। ପ୍ରତିବର୍ଷ ମେ ମାସରୁ ଆରମ୍ଭ ହେଉଥିବା ଚାରି ଧାମ ଯାତ୍ରା (କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ) ଭକ୍ତଙ୍କ ପାଇଁ ସବୁଠାରୁ ବଡ଼ ଆସ୍ଥାର କେନ୍ଦ୍ର ବୋଲି ବିବେଚନା କରାଯାଏ। ଏଥର ଯାତ୍ରା ଆରମ୍ଭ ହେବା ପର ଠାରୁ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ୁଛି। ଅଧିକାଂଶ ଲୋକଙ୍କ ମୃତ୍ୟୁ ପାହାଡ ଚଢ଼ିବା ସମୟରେ ଅମ୍ଳଯାନର ଅଭାବ, ହୃଦ୍‌ଘାତ ଓ ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ହୋଇଛି।

ସୂଚନାଯୋଗ୍ୟ, ଚାରିଧାମର ମନ୍ଦିରଗୁଡ଼ିକ ସମୁଦ୍ର ପତନଠାରୁ ୩୦୦୦ରୁ ୩୫୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଏହି ଉଚ୍ଚତାରେ ହୃଦରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ତୀର୍ଥଯାତ୍ରୀମାନେ ଅଧିକ ବିପଦର ସମ୍ମୁଖୀନ ହୁଅନ୍ତି। ପର୍ବତରେ ଉଚ୍ଚତା ବଢିବା ସହିତ ବାୟୁରେ ଅମ୍ଳଜାନର ସ୍ତର କମିଯାଏ। ସମୁଦ୍ର ପତନରେ ବାୟୁରେ ଅମ୍ଳଜାନର ମାତ୍ରା ୨୧% ଥିବା ବେଳେ ୩୦୦୦ ମିଟର ଉଚ୍ଚତାରେ ଏହି ସ୍ତର ଯଥେଷ୍ଟ ହ୍ରାସ ପାଇଥାଏ। ଏହାକୁ ଡାକ୍ତରୀ ଭାଷାରେ ‘ହାଇପୋକ୍ସିଆ’କୁହାଯାଏ। ବିଶେଷ କରି ଯେଉଁମାନେ ସମତଳ ଅଞ୍ଚଳରୁ ସିଧାସଳଖ ପର୍ବତ ଚଢ଼ିଥାନ୍ତି, ସେମାନଙ୍କ ପାଇଁ ଏହି ଅବସ୍ଥା ଘାତକ ସାବ୍ୟସ୍ତ ହୋଇପାରେ। ଡାକ୍ତରଙ୍କ କହିବା ଅନୁଯାୟୀ, ବିନା ପ୍ରସ୍ତୁତିରେ ପାହାଡ଼ ଚଢ଼ିବା ଦ୍ୱାରା ‘ଆକ୍ୟୁଟ୍ ମାଉଣ୍ଟେନ୍ ସିକନେସ୍‌’ (ଏଏମ୍‌ଏସ୍‌) ହେବାର ଆଶଙ୍କା ବଢ଼ିଯାଏ, ଯାହାର ଲକ୍ଷଣ ହେଉଛି ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ବାନ୍ତି ଏବଂ ନିଶ୍ୱାସ ନେବାରେ ଅସୁବିଧା। ଉତ୍ତରାଖଣ୍ଡ ସରକାର ଯାତ୍ରା ମାର୍ଗରେ ମେଡିକାଲ କ୍ୟାମ୍ପ, ଅକ୍ସିଜେନ ସିଲିଣ୍ଡର ଏବଂ ଜରୁରୀକାଳୀନ ସେବା ଆରମ୍ଭ କରିଥିଲେ ମଧ୍ୟ ଏହା ବିଶେଷ ସହାୟକ ହୋଇପାରୁନାହିଁ। ଏହାବ୍ୟତୀତ ଖରାପ ପାଣିପାଗ ମଧ୍ୟ ଯାତ୍ରୀଙ୍କ ପାଇଁ ଅସୁବିଧା ବଢ଼ାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking