30.1 C
Bhubaneswar
Saturday, March 21, 2026
Homeଓଡିଶାଜୟଦେବ ଜେନାଙ୍କୁ ହତ୍ୟା ଧମକ

ଜୟଦେବ ଜେନାଙ୍କୁ ହତ୍ୟା ଧମକ

କେନ୍ଦୁଝର: ପୁଣି ୨୦୨୬ରେ ଆଉ ଥରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଏନେଇ ଜୟଦେବ ଜେନା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଉ ଅଭିଯୁକ୍ତକୁ ଧରିବା ନିମନ୍ତେ ଛାନ୍‌ଭିନ୍‌ ମଧ୍ୟ ଜାରି ରଖିଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ( ମାର୍ଚ୍ଚ) ୯ ତାରିଖରେ ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁରର ପୂର୍ବତନ ବିଧାୟକ ଜୟଦେବ ଜେନାଙ୍କୁ ଏକ ହତ୍ୟା ଧମକ ଆସିଥିଲା । ଯେଉଁଥିରେ ଜୟଦେବ ଜେନା ଯଦି ଭୁବନେଶ୍ୱର ଆସନ୍ତି , ତେବେ ତାଙ୍କୁ ହତ୍ୟା କରାଯିବ ବୋଲି କହିଥିଲେ । ଏହାସହିତ ଜୟଦେବ ଜେନାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏପିରିକି ଜୟଦେବ ଜେନାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଫୋନରେ ଗାଳି କରିଥିଲେ । ତେଣୁ ଏନେଇ ଜୟଦେବ ଜେନା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ହତ୍ୟା ଧମକକୁ ଜୟଦେବ ଜେନା ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, କେନ୍ଦୁଝର ଏସ୍‌ପିଙ୍କୁ ମଧ୍ୟ ଅବଗତ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଜୟଦେବ ଜେନା । ସେହିପରି ୨୦୨୫ ମଧ୍ୟରେ ଏଭଳି ଢଙ୍ଗରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking