23.1 C
Bhubaneswar
Thursday, December 25, 2025
Homeଓଡିଶାଗୁଲୁଆଙ୍କୁ ହତ୍ୟା ଧମକ

ଗୁଲୁଆଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: କମେଡିଆନ ଗୁଲୁଆଙ୍କର ଚାଞ୍ଚଲ୍ୟକର ଅଭିଯୋଗ । ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଗୁଲୁଆ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଛନ୍ତି । ଆଜି ସକାଳୁ ସୋସିଆଲ ମିଡିଆରେ ଭିଡିଓ କରି ଅଭିଯୋଗ କରିଛନ୍ତି, ସେଥିରେ ନାଁ ନନେଇ ଭାବ ବିହ୍ୱଳ ହୋଇ ଭିଡିଓ କରିଛନ୍ତି ଗୁଲୁଆ । ତାଙ୍କୁ ହତ୍ୟା ଧମକ ଦିଆଯିବା ସହିତ ୫୦ ଲକ୍ଷ ଟଙ୍କା ମଗା ଯାଉଥିବାର ସେ ଭିଡିଓରେ ଅଭିଯୋଗ କରିଛନ୍ତି । ଏନେଇ ବାଲିଅନ୍ତା ଥାନାରେ ଏତଲା ମଧ୍ୟ ଦେଇଛନ୍ତି ଗୁଲୁଆ । ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି । ଏନେଇ ପ୍ରଶାସନ ଏବଂ ପୋଲିସକୁ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି,ଗୁଲୁଆଙ୍କୁ କିଏ ହତ୍ୟା ଧମକ ଦେଉଛି ? ଏଥିସହିତ କ୍ୟାପସନରେ ଲେଖିଛନ୍ତି ଯେ ନିଜ ଲୋକ ଧମକ ଦେଉଛନ୍ତି ଯାହାକୁ ମୁଁ ବିଶ୍ୱାସ କରୁଥିଲି । ତେବେ ନିଜ ଲୋକ କିଏ ତାହାକୁ ନେଇ ମଧ୍ୟ ବଡ ପ୍ରଶ୍ନ ଉଠୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking