14.1 C
Bhubaneswar
Friday, January 16, 2026
Homeଅପରାଧକଙ୍ଗନାଙ୍କୁ ହତ୍ୟା ଧମକ

କଙ୍ଗନାଙ୍କୁ ହତ୍ୟା ଧମକ

ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ହତ୍ୟା ଧମକ। ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ମିଳିଛି ହତ୍ୟା ଧମକ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଯେଉଁ ଭଳି ହତ୍ୟା କରାଯାଇଥିବା ସେହିଭଳି କଙ୍ଗନାଙ୍କୁ ଜୀବନରେ ମାରିବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ ରିଲିଜ୍ ପୂର୍ବରୁ ଶିଖ୍ ଉଗ୍ରବାଦୀ ଗୋଷ୍ଠୀଙ୍କ ଦ୍ବାରା ତାଙ୍କୁ ହତ୍ଯା ଧମକ ଦିଆଯାଇଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ରେ ଅଭିନୟ କରିଥିବା ହେତୁ ତାଙ୍କୁ ଶିଖ୍‌ ଉଗ୍ରବାଦୀ ଗୋଷ୍ଠୀଙ୍କ ନିକଟରୁ ହତ୍ୟା ଧମକ ମିଳିଛି। ଜଣେ ଖ୍ରୀଷ୍ଟିଆନ୍‌ରୁ ନିହଙ୍ଗା ଶିଖ ପାଲଟିଥିବା ବିକି ଥମସ ସିଂହ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ କଙ୍ଗନାଙ୍କୁ ସେ ଖୋଲାଖୋଲି ଭାବେ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ଏହି ଫିଲ୍ମରେ ମୃତ ଖଲିସ୍ତାନୀ ହିରୋ ଜର୍ଣ୍ଣେଲ ସିଂହ ଭିଣ୍ଡରାବାଲେଙ୍କୁ ଆତଙ୍କବାଦୀ ଭାବରେ ଚିତ୍ରଣ କରାଯାଇଛି, ତେବେ ଇନ୍ଦିରା ଗାନ୍ଧୀଙ୍କ ସହିତ କ’ଣ ଘଟିଛି ତାହା ମନେ ରଖନ୍ତୁ, ଯାହାର ଫିଲ୍ମ ଆପଣ ତିଆରି କରୁଛନ୍ତି? ଯେଉଁମାନେ ନିଜ ମୁଣ୍ଡ ଅର୍ପଣ କରିପାରନ୍ତି ସେମାନେ ମୁଣ୍ଡ ମଧ୍ୟ କାଟିପାରନ୍ତି।’ ‘ଏମରଜେନ୍ସି’ ଫିଲ୍ମରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହି ଧମକ ମିଳିଛି। ଯାହାକୁ ନେଇ ମଣ୍ଡି ସାଂସଦ କଙ୍ଗନା ପୋଲିସର ସାହାଯ୍ୟ ଲୋଡିଛନ୍ତି। ଏହି ହତ୍ଯା ଧମକ ମିଳିବା ପରେ କଙ୍ଗନା ରଣାୱତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ପୋଲିସର ସାହାଯ୍ୟ ଲୋଡିଛନ୍ତି। ଏ ସମ୍ପର୍କରେ କଙ୍ଗନା ଲେଖିଛନ୍ତି, ଦୟାକରି ଏହା ଉପରେ ନଜର କରନ୍ତୁ। ଏହି ପୋଷ୍ଟରେ ସେ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ପୋଲିସକୁ ଟ୍ୟାଗ ମଧ୍ଯ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking