ବରଗଡ଼: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ବରଗଡ଼ ପୋକ୍ସୋ କୋର୍ଟ। ଦୋଷୀ ପ୍ରଶାନ୍ତ ବାଗକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇବା ସହ ପୀଡିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ରାଶି ଦେବାକୁ ଡିଏଲଏସଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ, ୨୦୨୪ ମସିହାରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ପାଇକମାଳ ଥାନା ଅଞ୍ଚଳରେ ପୀଡ଼ିତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବାପରେ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ଏ ନେଇ ଆଜି ଏହି ମାମଲାର ଶୁଣାଣୀରେ ବରଗଡ ପକ୍ସୋ କୋର୍ଟ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ବରଗଡ ପୋକ୍ସୋ କୋର୍ଟ । ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ତଦନ୍ତର ତଦାରଖ କରୁଥିଲେ ବରଗଡ଼ ଏସପି ।









