ଖୋର୍ଦ୍ଧା: ନିଜ ଦେହରେ ନିଆଁ ଲଗାଇଥିବା ଯୁବକଙ୍କ ମୃତ୍ୟୁ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । କାଲି ବାଲିପାଟଣା ଛକରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ଯୁବକ । ଯୁବକଙ୍କ ଶରୀରର ୮୦ରୁ ଅଧିକ ପ୍ରତିଶତ ପୋଡିଯାଇଥିଲା । ଘଟଣାରେ ବାପା, ସାବତ ମାଆ ଓ ସାବତ ଭାଇକୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ସଂପୃକ୍ତ ଘଟଣାକୁ ନେଇ ସାଙ୍ଘାତିକ ବୟାନ ସାମ୍ନାକୁ ଆସିଛି । ସମ୍ପତି ବିବାଦକୁ ନେଇ ଉଭୟ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ସୂଚନା ମିଳିଛି ।









