30.1 C
Bhubaneswar
Saturday, September 28, 2024
Homeଓଡିଶାଜେଲ ହାଜତରେ କଏଦୀଙ୍କ ମୃତ୍ୟୁ

ଜେଲ ହାଜତରେ କଏଦୀଙ୍କ ମୃତ୍ୟୁ

ଢେଙ୍କାନାଳ:ଢେଙ୍କାନାଳ ଜେଲ ହାଜତରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ  ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶାଳିଆ ଗାଁର ଅଥାନି ପ୍ରଧାନ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି । ଅଥାନିଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ  ଦେଖିବାକୁ ମିଳିଛି । ଏହି କ୍ଷତ ଚିହ୍ନ ଦେଖି ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି ।

ସୂଚନାଥାଉ କି, ଅଥାନି ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ରବିବାର ଗିରଫ ହୋଇଥିଲେ  । ତେବେ ତାଙ୍କୁ ବୁଧବାର ସକାଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଦେହ ଖରାପ ଥିବାରୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ,  ଅଥାନିଙ୍କୁ ଯେତେବେଳେ ମେଡିକାଲରେ ଭର୍ତ୍ତି କରାଗଲା ସେତେବେଳେ ତାଙ୍କୁ କିଛି ସୂଚନା ଦିଆ ଯାଇ ନ ଥିଲା । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।   ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking