23.1 C
Bhubaneswar
Thursday, December 25, 2025
Homeଓଡିଶାପ୍ରସୂତୀଙ୍କ ମୃତ୍ୟୁ: ହସ୍ପିଟାଲ ବାହାରେ ଉତ୍ତେଜନା

ପ୍ରସୂତୀଙ୍କ ମୃତ୍ୟୁ: ହସ୍ପିଟାଲ ବାହାରେ ଉତ୍ତେଜନା

ଯାଜପୁର: ଅପରେସନ ବେଡରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ । ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତେଜନା ଯୋଗୁଁ ଚିକିତ୍ସାଳୟ ମାଲିକ ବାହାର ଗୁଣ୍ଡା ଲଗାଇ ଠେଲାପେଲା ଓ ଧକ୍କା ମାରି ବାହାର କରିଦେବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ଗୁଣ୍ଡାମାନେ କିଏ, ତାଙ୍କ ଫଟୋ ସିସିଟିଭି ଫୁଟେଜରୁ ପୁଲିସ ଚିହ୍ନଟ କରୁ ବୋଲି ସେମାନେ ଦାବି କରିଛନ୍ତି । ଏଣେ ସରକାରୀ ଡାକ୍ତରଙ୍କୁ ଘେରି ରହିଛନ୍ତି ସମ୍ପର୍କୀୟ । ଘଟଣାସ୍ଥଳରେ ଟାଉନ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking