25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଉତ୍ତର ଗାଜାରେ ଇସ୍ରାଏଲର ଘାତକ ଆକ୍ରମଣ, ୬୦ ମୃତ୍ୟୁ

ଉତ୍ତର ଗାଜାରେ ଇସ୍ରାଏଲର ଘାତକ ଆକ୍ରମଣ, ୬୦ ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗାଜା ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଇସ୍ରାଏଲ ପୁଣି ଥରେ ଗାଜାରେ ଏକ ବଡଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ମଙ୍ଗଳବାର ସକାଳେ ଉତ୍ତର ଗାଜାରେ ଏକ ପାଞ୍ଚ ମହଲା କୋଠା ଉପରେ ଇସ୍ରାଏଲ ଆକ୍ରମଣ କରିଛି । ବିସ୍ଥାପିତ ଲୋକଙ୍କୁ ଏହି କୋଠାରେ ଆଶ୍ରୟ ଦିଆଯାଉଥିଲା । ଇସ୍ରାଏଲର ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୬୦ କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅନ୍ୟ ୧୭ ଜଣ ନିଖୋଜ ଅଛନ୍ତି। ଏହି ଆକ୍ରମଣ ଇସ୍ରାଏଲ ସୀମା ନିକଟ ଉତ୍ତର ସହର ବେଟ ଲାହିୟାରେ ହୋଇଛି, ଯେଉଠି ଗତ ତିନି ସପ୍ତାହ ଧରି ଇସ୍ରାଏଲ ଏକ ପ୍ରମୁଖ ଅପରେସନ୍ ଚଳାଇଛି। ଏହି ଆକ୍ରମଣରେ ଅନ୍ୟ ୨୦ ଜଣ ଆହତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜରୁରୀକାଳୀନ ସେବା କହିଛି । ଇସ୍ରାଏଲ ସେନା ତୁରନ୍ତ ଏ ବିଷୟରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଗାଜାରେ ଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ୪୩ ହଜାର ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking