24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶ୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା, ଭାରତ ଛାଡିଲେ ୫୩୭ ପାକିସ୍ତାନୀ

୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା, ଭାରତ ଛାଡିଲେ ୫୩୭ ପାକିସ୍ତାନୀ

ନୂଆଦିଲ୍ଲୀ: ସାର୍କ ଭିସାରେ ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡ଼ିବା ପାଇଁ ଦିଆଯାଇଥିବା ୪୮ ଘଣ୍ଟିଆ ସମୟସୀମା ଆଜି ଶେଷ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅମୃତସରର ଅଟାରି-ୱାଘା ଯୁଗ୍ମ ଚେକ୍ ପୋଷ୍ଟ ଦେଇ ୫୩୭ ଜଣ ପାକିସ୍ତାନୀ ଫ୍ରି ଯାଇଛନ୍ତି। ସେଥିମଧ୍ୟରୁ ଆଜି ୨୩୭ ଜଣ ଫେରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୩ ତାରିଖରେ କେନ୍ଦ୍ରୀୟ ସୁରକ୍ଷା କମିଟି ବୈଠକରେ ପାକ୍ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଅଟାରିରେ ଅବସ୍ଥାପିତ ପ୍ରୋଟୋକଲ କଲ୍ ଅଫିସର ଅରୁଣ ମାହଲ କହିଛନ୍ତି ଯେ ମେଡିକାଲ ଭିସାରେ ଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ଭିସାଧାରୀଙ୍କ ଫେରିବା ତାରିଖକୁ ଏପ୍ରିଲ ୨୯, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ପାକିସ୍ତାନରୁ ମୋଟ ୧୩୮୭ ଜଣ ଭାରତୀୟ ଫେରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking