ନୂଆଦିଲ୍ଲୀ: ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାରର ସମୟସୀମା । କେହି ପ୍ରତ୍ୟାହାର କଲେନି, ନିର୍ବାଚନ ମଇଦାନରେ ରହିଲେ ୫ ପ୍ରାର୍ଥୀ । ୧୬ ମାର୍ଚ୍ଚ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ, ସେହି ଦିନ ସନ୍ଧ୍ୟା ୫ଟାରେ ଗଣନା ହେବ। ଓଡ଼ିଶାର ୪ଟି ସମେତ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। କେଉଁ ଦଳର କେଉଁ ପ୍ରାର୍ଥୀ ବାଜିମାତ ମାରିବେ ତାହାକୁ ନେଇ ସମସ୍ତଙ୍କ ନଜର ।










