ପଟ୍ଟାମୁଣ୍ଡାଇ: କ୍ୟାବିନ୍ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଭେଣ୍ଡିଂ ଜୋନ୍ କ୍ୟାବିନରୁ ଗଳିତ ମୃତଦେହ ଉଦ୍ଧାର କରିଛି। ଗଣେଶ ପୂଜା ଦିନ ମହିଳା ଜଣକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ୮ ବର୍ଷର ପୁଅକୁ ତାଲା ମାରି କେଉଁଆଡ଼େ ପଳାଇଥିବା ଅଭିଯୋଗ ହୋଇଥିଲା। ଯେଉଁ ବ୍ୟବସାୟୀଙ୍କ ନାଁରେ କ୍ୟାବିନ୍ ଅଛି, ସେ ଫେରାର ଥିବା ସୂଚନା ମିଳିଛି । ତେବେ କିଏ ଏବଂ କାହିଁକି ହତ୍ୟା କଲା ସେନେଇ ତଦନ୍ତ କରୁଛି ପୋଲିସ।










