24.1 C
Bhubaneswar
Tuesday, February 10, 2026
Homeଓଡିଶାକେରଳରୁ ଗାଁ’କୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

କେରଳରୁ ଗାଁ’କୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

ରାଜନଗର: ରାଜନଗର ବ୍ଲକ୍ ତାଳଚୁଆ ସାମୁଦ୍ରିକ ଥାନା ଖମାରସାହି ପଞ୍ଚାୟତ ଅନ୍ତର୍ଗତ ନଳିତାପାଟିଆ ଗ୍ରାମର ପ୍ରଫୁଲ୍ଲ ମଳିକଙ୍କ ପୁଅ ସୁକାନ୍ତ ମଳିକ(୩୩) ଶବ ଗାଁକୁ ଫେରିଛି। କେରଳର ଏର୍ଣ୍ଣାକୁଲମରେ ଥିବା ଲାମିନାର ଲାମିନେସନ ପ୍ରାଇଭେଟ ଲିମିଟେଡ ପ୍ଲାଏଉଡ୍ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ଗୁରୁବାର ସକାଳେ ପ୍ଲାଏ(ଥାକ) ଗଦାଗୁଡିକ ତାଙ୍କ ଉପରେ ଖସି ପଡିଥିଲା। ପ୍ଲାଏ ତଳେ ଚାପି ହୋଇ ସୁକାନ୍ତ ମୃତ୍ୟୁବରଣ କରିଥିଲେ। ସେ କାମ କରୁଥିବା କମ୍ପାନୀ ଶବକୁ ଆମ୍ବୁଲାନ୍ସରେ ଘରକୁ ପଠାଇଛି। ଯାହା ରବିବାର ଅପରାହ୍ନରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମୃତକଙ୍କ ପରିବାରକୁ ଶ୍ରମ ବିଭାଗ ପକ୍ଷରୁ ୨୦ ହଜାର ଓ ଜିଲ୍ଲପାଳ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ଦିଆଯାଇଥିବା ଖବର ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking