26.1 C
Bhubaneswar
Saturday, March 21, 2026
Homeଓଡିଶାଶବକୁ ମିଳୁନି କାନ୍ଧ: ୨୪ ଘଣ୍ଟା ପରେ ବି ପଡ଼ି ରହିଛି ମୃତଦେହ

ଶବକୁ ମିଳୁନି କାନ୍ଧ: ୨୪ ଘଣ୍ଟା ପରେ ବି ପଡ଼ି ରହିଛି ମୃତଦେହ

ନବରଙ୍ଗପୁର: ଧର୍ମ ପରିବର୍ତ୍ତନ କରିବା ହେଇଗଲା ବଡ ଭୁଲ ୨୪ଘଣ୍ଟା ପରେ ବି ଉଠି ପାରୁନି ମୃତଦେହ ଏମିତି ଘଟଣା। ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ। ୨୪ ଘଣ୍ଟା ହେଲା ଘରେ ପଡ଼ି ରହିଛି ମୃତଦେହ। ଶବ ଦାହ ପାଇଁ ରାଜି ହେଉ ନାହାନ୍ତି ଗ୍ରାମବାସୀ। ଧର୍ମ ପରିବର୍ତ୍ତନ ଅଭିଯୋଗ ବିବାଦରୁ ଶବ ଦାହ ପାଇଁ ଗ୍ରାମବାସୀ ଅରାଜି ହେବାରୁ ପ୍ରଶାସନ ବୁଝାସୁଝା ସତ୍ତ୍ବେ ବି ମାନୁ ନାହାନ୍ତି ଗାଁର ଲୋକ। ମୃତକ ହେଲେ ପଣ୍ଡିକୋଟ ଗାଁର ଡୋମୁ ଜାନୀ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କର ଶେଷ କୃତ୍ୟ କରାଯିବ ସେହି ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ। ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇନଥିବା ବେଳେ ଖବର ପାଇଁ ପାପଡାହାଣ୍ଡି ଅତରିକ୍ତ ତହସିଲଦାର, ପାପଡାହାଣ୍ଡି ଏସଡିପିଓ ଓ ପୋଲିସ ପହଂଚି ବୁଝାସୁଝା କରିଥିଲେ ବି ଅରାଜି ହୋଇଛନ୍ତି ଗାଁ ଲୋକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking