32.1 C
Bhubaneswar
Monday, October 21, 2024
Homeଓଡିଶାନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର : ପରିବାର ଆଣିଲେ ହତ୍ୟା ଅଭିଯୋଗ

ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର : ପରିବାର ଆଣିଲେ ହତ୍ୟା ଅଭିଯୋଗ

ସୁନ୍ଦରଗଡ :ନାବାଳକ ଜଣଙ୍କ ରବିବାର ଦିନ ଯାତ୍ରା ଦେଖିବାକୁ ଯାଇଥିଲେ । ସୋମବାର ସକାଳେ ଗାଁ ନିକଟ ଗଛରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳରେ । ତେବେ ଘଟଣାରେ ନାବାଳକକୁ  କିଏ ହତ୍ୟା  କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ରବିବାର ଦିନ ଗାଁରେ ଯାତ୍ରା ହେଉଥିଲା । ନାବାଳକ ଜଣଙ୍କ ଯାତ୍ରା ଦେଖିବାକୁ  ଯାଇଥିଲେ । କିନ୍ତୁ ରାତିରେ ସେ ଘରକୁ ଫେରିନଥିଲେ । ହେଲେ ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ। ସୋମବାର ସକାଳେ ଲହୁଣିପଡା ଥାନା  ଅନ୍ତର୍ଗତ ହଳଦିକାଞ୍ଚ ସ୍କୁଲ ନିକଟରେ ଥିବା  ବର ଗଛରେ ନାବାଳକଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ ।  ଗ୍ରାମବାସୀ  ନାବାଳକଙ୍କ ପରିବାର ବର୍ଗକୁ ଖବର ଦେବା ସହ  ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ଏହାରିପରେ ନାବାଳକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ତଦନ୍ତ ମଧ୍ୟ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking