ମୋହନା: ମୋହନାରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ମାଟି ତଳୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ମାଜଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ୍ର ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି । ଗାଁରୁ ଦେଢ କିମି ଦୂର ପାହାଡ ଉପରେ ମାରି ପୋତି ଦେଇଥିଲେ ଦୃର୍ବୃତ୍ତ । ମୃତକ ମୋହନା ଥାନା କମଳାପୁର ଗାଁର ବାସିନ୍ଦା । ୨୮ ତାରିଖରୁ ସେ ନିଖୋଜ ଥିବା ନେଇ ସୂଚନା ମିଳିଛି । ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ କରିଥିଲେ ପରିବାର ଲୋକେ । ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










