ବଲାଙ୍ଗୀର: ରାସ୍ତାକଡ଼ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ମୃତଦେହ ଉଦ୍ଧାର କରାଯାଇଛି ।ଗଙ୍ଗାସାଗର ଓ ଗଏଲପିଟା ରାସ୍ତାରେ ଥିବା ଏକ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କୁ ଗଙ୍ଗାସାଗର ଗ୍ରାମର ରାହୁଲ ଧରୁଆ ବୋଲି ଚିହ୍ନଟ କରାଯାଇଛି । ଖବର ପାଇ ବଲାଙ୍ଗୀର ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟନସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।










