17.1 C
Bhubaneswar
Friday, February 6, 2026
Homeଓଡିଶାଗଛରେ ଝୁଲୁଛି ମୃତଦେହ

ଗଛରେ ଝୁଲୁଛି ମୃତଦେହ

କେଉଁଝର: ପୋଖରୀ କୂଳ ଗଛରେ ଝୁଲୁଛି ମୃତଦେହ।   ସ୍ଥିତିରୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ଘଷିପୁରା ଥାନା ଶୈଲଙ୍ଗ ପୋଖରୀ କୂଳ ଗଛରେ ଝୁଲୁଛି ଶୈଲଙ୍ଗ ଗ୍ରାମର ଧରଣୀ ରାଉତଙ୍କ ମୃତଦେହ। ସୋମବାର ସକାଳୁ ଗଛରେ ଧରଣୀଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପାରିପାଶର୍‌ବିକ ସ୍ଥିତିକୁ ଦେଖି ଧରଣୀଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ଧରଣୀଙ୍କର କାହା ସହ ଶତ୍ରୁତା ନଥିଲା ସ୍ଥାନୀୟ ଅଞ୍ଚଳରେ ଜୁଆଖେଳ ହେଉଛି। ଏହି ଜୁଆଖେଳକୁ ନେଇ କେହି ହତ୍ୟା କରିଥାନ୍ତି ବୋଲି ପରିବାର ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଖବରପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking