ଭୁବନେଶ୍ୱର:ତେଜିଲା ଅଭିନେତା ମନୋଜ ମିଶ୍ର ଓ ଫିଲ୍ମ ନିଦେ୍ର୍ଧଶକ ବବି ଇସଲାମଙ୍କ କଳି । ଡିସିପି ଅଫିସ ଅଗରେ ଉଭୟ ମୁହଁମୁହିଁ ହୋଇଛନ୍ତି । ତେବେ ସେଠାରେ ଉପସ୍ଥିତ ଥିବା ପୁଲିସ ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ କରିଛି । ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ ଉଭୟଙ୍କ ଅଭିଯୋଗର ଶୁଣାଣି ପାଇଁ ଡିସିପି ଅଫିସ ଡକାଯାଇଥିଲା । ଉଭୟଙ୍କ ବ୍ୟକ୍ତିଗତ ଆକ୍ଷେପ ଥିବାରୁ ପୁଲିସର ହସ୍ତକ୍ଷେପ ନାହିଁ । ସୋସିଆଲ ମିଡିଆ ଆକ୍ଷେପରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛୁ । କିନ୍ତୁ ଧମକ ଦେବା ଘଟଣାରେ ୨ଟି ଥାନାରେ ମାମଲା ରୁଜୁ ହୋଇଛି । ସାକ୍ଷ୍ୟ ପ୍ରମାଣ ଆଧାରରେ ତଦନ୍ତ କରାଯିବ ବୋଲି ପିନାକ ମିଶ୍ର କହିଛନ୍ତି ।
ଅନ୍ୟପକ୍ଷରେ ମନୋଜ ମିଶ୍ର କହିଛନ୍ତି ଯେ ବବି ତାଙ୍କୁ ବିବାଦୀୟ ଶବ୍ଦ କହିବାକୁ ନେଇ ସେ ଉତ୍କ୍ଷିପ୍ତ ହୋଇଯାଇଥିଲେ । ଡିସିପି ଅଫିସରେ ପହଞ୍ଚିବା ବେଳେ ବବି ତାଙ୍କୁ ବିବାଦୀୟ ଶବ୍ଦ କହିଥିଲେ । ମୋର ଉତକ୍ଷିପ୍ତ ହେବାର ଠିକ ନଥିଲା । ସେଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି । ମୁଁ ଗୁଣ୍ଡା ନୁହେଁ, କାହାକୁ ମାରିଦେବି । ବବି ମୋତେ ସବୁବେଳେ ବ୍ୟକ୍ତିଗତଭାବେ ଆକ୍ଷେପ କରିଛନ୍ତି । ଏହାକୁ ନେଇ ଅଭିଯୋଗ କରିଛି । ପୁଲିସ ଏହାର ତଦନ୍ତ କରିବ ବୋଲି ମନୋଜ ମିଶ୍ର କହିଛନ୍ତି ।