ପୁରୀ: ଡିସିପି ବିଷ୍ଣୁପତିଙ୍କୁ ସସ୍ପେସ୍କଲେ ସରକାର । କମାଣ୍ଡାଣ୍ଟ ଅଜୟ ପାଢୀ ମଧ୍ୟ ସସ୍ପେଣ୍ଡ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ କମାଣ୍ଡାଣ୍ଟ ଅଜୟ ପାଢୀ ଏବଂ ଡିସିପି ବିଷ୍ଣୁପତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡିଆ ଜାତିର ଗର୍ବ ଓ ଗୌରବ । ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାପରେ ସାମ୍ନାକୁ ଆସିଛି ଏହି ଖବର ।









