31.1 C
Bhubaneswar
Sunday, April 13, 2025
Homeଖେଳଚେନ୍ନାଇକୁ ୨୫ ରନରେ ହରାଇଲା ଦିଲ୍ଲୀ

ଚେନ୍ନାଇକୁ ୨୫ ରନରେ ହରାଇଲା ଦିଲ୍ଲୀ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୧୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୨୫ ରନରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ଦ୍ବାରା ରଖାଯାଇଥିବା ୧୮୪ ରନର ଲକ୍ଷ୍ୟର ଜବାବରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୮ ରନ କରିପାରିଥିଲା । ଦଳ ପକ୍ଷରୁ ବିଜୟ ଶଙ୍କର ୬୯ ରନ କରିଥିବାବେଳେ ମହେନ୍ଦ୍ର ସିଂ ଧୋନି ୩୦ ରନ କରିଥିଲେ । ଶିଭମ ଦୁବେ ୧୮ ରନ ଓ ଦେଓ୍ବନ କନଓ୍ବେ ୧୩ ରନ କରିଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ଦଳ ଜେକ୍ ଫ୍ରେଜର ମାକଗର୍କଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲା । ସେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ କେଏଲ ରାହୁଲ ଓ ଅଭିଷେକ ପୋରେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ହୋଇଥିଲା । ପୋରେଲ ୩୩ ରନ କରି ଆଉଟ ହେବା ପରେ ରାହୁଲ ଓ ଅକ୍ଷର ପଟେଲ ଓ ସମିର ରିଜଭିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ରାହୁଲ ୫୧ ବଲରେ ୭୭ ରନ କରିଥିଲେ। ଅକ୍ଷର ୨୧ ଓ ରଜଭି ୨୦ ରନ କରିଥିଲେ । ଟ୍ରିଷ୍ଟାନ ଷ୍ଟବସ୍ ୨୪ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୩ ରନ କରିଥିଲା । ଚେନ୍ନାଇ ପକ୍ଷରୁ ଖଲିଲ ଅହମ୍ମଦ ୨ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା, ନୁର ଅହମ୍ମଦ ଓ ମଥିସା ପଥିରଣା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking