32.1 C
Bhubaneswar
Tuesday, October 22, 2024
Homeଓଡିଶାଦୀପାବଳି ଅମାବାସ୍ୟାରେ ହେବ ଧରାପୃଷ୍ଠ ଆଲୋକିତ

ଦୀପାବଳି ଅମାବାସ୍ୟାରେ ହେବ ଧରାପୃଷ୍ଠ ଆଲୋକିତ

ଭୁବନେଶ୍ୱର :  ଜଗତର ଅନ୍ଧକାରକୁ  ଦୂର କରି  ଖୁସିର ଆଲୋକ ବୁଣୁଥିବା ପର୍ବ ଦୀପାବଳୀ ।  ଘନ ଅନ୍ଧାର ରାତିରେ ବି ଧରାପୃଷ୍ଠକୁ  ଆଲୋକିତ କରୁଥିବା ପର୍ବ ଦୀପାବଳି।  କେଉଁଠି ଧନ ଓ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀ ଙ୍କୁ  ପୂଜା କରିବା ବିଧି ତ ଆଉ କେଉଁଠି  ମା କାଳୀଙ୍କୁ  ଉପାସନାର ସମୟ ତ ଆଉ କେଉଁଠି  ପିତୃପୁରୁଷଙ୍କୁ  ମନେପକାଇ ପୂଜାର୍ଚ୍ଚନା କରିବାର ପର୍ବ ହେଉଛି  ଦୀପୀବଳୀ ।  ଭାରତର ଏକ ପ୍ରମୁଖ ପର୍ବ ଭାବେ ପାଳନ କରାଯାଏ ଦୀପୀବଳୀକୁ ।  କେବଳ ଯେ  ଦୀପ ଜାଳି , ବାଣ ଫୁଟାଇ ଓ ମିଠା ଖାଇ  ଏହା ପାଳନ କରାଯାଏନି  ବରଂ ଆପଣ ଯଦି ଉତ୍ତର ଭାରତ ପଟେ  ଦେଖିବେ  ତାହାହେଲେ ସେଠୋରେ ଦୀପୀବଳୀକୁ ତିନିଦିନ ଧରି ଦୀପାବଳୀ ମନାଯାଏ ।  ବଡ ଦିୱାଲି , ଛୋଟି ଦିୱାଲି, ଧନତେରସ । ଘରକୁ ସଫା ସପତୁରା କରି  ରଙ୍ଗୋଲି ପକାଇ ତିନିଦିନ ଧରି  ଲୋକମାନେ ମା ଲକ୍ଷ୍‌ମୀଙ୍କୁ  ପୂଜାର୍ଚ୍ଚନା କରନ୍ତି ।  ଏହି ସମୟରେ ସୁନା, ରୂପା, କିଣିଲେ ଧନ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି ।  ସେହିପରି ପଶ୍ଚିମବଙ୍ଗ,  ଓଡିଶା, ଆସାମ, ତ୍ରିପୁରା,  ଆଦି ରାଜ୍‌ୟରେ ଦୀପାବଳିରେ  ମା କାଳୀଙ୍କ  ଆରାଧନା କରାଯାଏ ।  ତେଣୁ ଏସବୁ ସ୍ଥାନରେ  ଦୀପାବଳୀ କାଳୀପୂଜା  ବା ଶ୍ୟାମାକାଳୀ ପୂଜା ନାଁରେ ପାଳନ କରାଯାଏ ।  ବିଶେଷକରି ପଶ୍ଚିମବଙ୍ଗରେ  କାଳୀ ପୂଜାର  ଆୟୋଜନ ବେଶ ଧୁମଧାମରେ ହୁଏ ।  ଏଠି ଶକ୍ତି  ଉପାସନାର ପ୍ରଥା ବେଶ ପୁରୁଣା ।  ଖାସ କରି ପଶ୍ଚିମବଙ୍ଗର  ଗାଁଗୁଡିକରେ  ଏହି  ସମୟରେ  କାଳୀମାଙ୍କ ଆରାଧନା କରାଯାଏ । ନାଲି ମନ୍ଦାର ଫୁଲରେ ମାଙ୍କୁ ସଜାଯାଏ ।  ଅମାବାସ୍ୟା ରାତିରୁ ଆରମ୍ଭ ହୋଇ ଏଠି ୮ରୁ ୧୦ ଦିନ ବ୍ୟାପି  ପୂଜାର  ମାହୋଲ  ଜମେ ।  ପୂଜାର ଶେଷ ଦିନ  ମାଙ୍କ ବିରାଟ ପଟୁଆରା ଭସାଣୀ ପାଇଁ  ଯେବେ  ବାହାରେ  ହଜାର ହଜାର ଭକ୍ତଙ୍କ ସମାଗମରେ  ମାଙ୍କ ଜୟ ଜୟକାର ପଡେ । ସତେ ଯେପରି ଲାଗେ  ଅଧର୍ମ ଉପରେ ଧର୍ମର ବିଜୟ କରି ମା ଲେଉଟି  ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking