18.1 C
Bhubaneswar
Friday, February 13, 2026
Homeଓଡିଶାଦୀପାବଳିରେ ଅଘଟଣ: ବାଣ ବିସ୍ଫୋରଣରେ ଯୁବକ ଆହତ

ଦୀପାବଳିରେ ଅଘଟଣ: ବାଣ ବିସ୍ଫୋରଣରେ ଯୁବକ ଆହତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ଦୀପାବଳିରେ ଅଘଟଣ ଘଟିଛି। ବାଣ ଫୁଟାଉଥିବା ବେଳେ ପୁଣି ଅଘଟଣ ଘଟିଛି। ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ବାବୁ ମହାନ୍ତି।ବାଲେଶ୍ବର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗ୍ରାମର ବାବୁ ମହାନ୍ତି ଗତକାଲି ସନ୍ଧ୍ୟାରେ ଘର ନିକଟରେ ଚାଇନା ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଟି ତାଙ୍କ ଡାହାଣ ହାତ ପାପୁଲିରେ ଫୁଟିଯାଇଥିଲା। ଫଳରେ ହାତରୁ ପାପୁଲି ଛିଣ୍ଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking