22.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶଗୋଟିଏ ଦିନ ପୂର୍ବରୁ, ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ଭେ କରିଥିଲେ

ଗୋଟିଏ ଦିନ ପୂର୍ବରୁ, ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ଭେ କରିଥିଲେ

ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଥର ପାଇଁ ରେକର୍ଡ ହେବା ପରେ ଏନଡିଏ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ଅର୍ଥନୈତିକ ବଜେଟର ସର୍ଭେ ୨୦୨୩-୨୪ ର ବୈଠକ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବାକୁ ଯାଉଥିବା ୨୦୨୪-୨୫ ବଜେଟ୍‌ରୁ ଅନେକ କିଛି ଆଶା କରାଯାଉଛି। ଟିକସରେ ଆଶ୍ବସ୍ତିଠାରୁ ଆରମ୍ଭ କରି ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ପାଣ୍ଠି ପର‌୍ୟ୍ୟନ୍ତ ବିଭିନ୍ନ କ୍ଷେତ୍ର ବଜେଟ୍‌ରୁ ଅନେକ କିଛି ଆଶା କରୁଛନ୍ତି। ଯେହେତୁ ବିହାରର ନୀତୀଶ କୁମାରଙ୍କ ଜେଡି (ୟୁ) ଓ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଦଳର ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ସରକାର ଗଠନ କରିଛନ୍ତି, ତେଣୁ ଏକ ସନ୍ତୁଳିତ ବଜେଟ୍ ଆସିବ ବୋଲି ଆଶା କରାଯାଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏଥର ବଜେଟ୍‌ରେ କିଛି କ୍ଷେତ୍ର ଲାଭବାନ ହେବେ ଏବଂ କିଛି କ୍ଷେତ୍ର ଘାଟାରେ ରହିପାରନ୍ତି।
ତେବେ ବଜେଟ୍‌ରେ ଗ୍ରାମୀଣ ବିକାଶ ସ୍କିମ୍‌ଗୁଡ଼ିକୁ ଏଥର ଅଧିକ ଅର୍ଥ ଆବଣ୍ଟନ କରାଯିବାର ସମ୍ଭାବନା ରହିଛି। ଯାହାଫଳରେ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚିପାରିବ । ତାହାର ସିଧାସଳଖ ଲାଭ ତେଲ, ସାବୁନ ଆଦି ବିକ୍ରି କରୁଥିବା ଏଫ୍ଏମ୍‌ସିଜି କମ୍ପାନି ଓ ଗାଡ଼ି ନିର୍ମାତାମାନଙ୍କୁ ମିଳିବ। ଯଦି ତମାଖୁ ଟିକସ ୫-୭ ପ୍ରତିଶତ ଭିତରେ ବୃଦ୍ଧି ହେବ ତାହା ସିଗାରେଟ ଉତ୍ପାଦନକାରୀ ଆଇଟିସି ପାଇଁ ଲାଭଦାୟକ ହେବ।
ରିଅଲ୍ ଇଷ୍ଟେଟ୍‌ରେ ସୁଲଭ ବାସଗୃହ ଲାଗି ମଧ୍ୟ ଅଧିକ ପାଣ୍ଠି ଦିଆଯିବାର ସମ୍ଭାବନା ରହିଛି। ତାହା ହେଲେ ରିଅଲ୍ ଇଷ୍ଟେଟ୍ କମ୍ପାନିଗୁଡ଼ିକ ଉପକୃତ ହେବେ। ସହରାଞ୍ଚଳ ବାସଗୃହ ପାଇଁ ସୁଧ ରିହାତି ସ୍କିମ୍ ଘୋଷଣା ହୋଇପାରେ। ସେହି ନିଷ୍ପତ୍ତି ହାଉସିଂ ଫାଇନାନ୍ସ କମ୍ପାନିଗୁଡ଼ିକୁ ସୁହାଇବ।
ଅଟୋମୋବାଇଲ୍ ଇଲେକ୍ଟ୍ରିକ୍ ଯାନ (ଇଭି) ଗ୍ରହଣୀୟତା ବଢ଼ାଇବା ଲାଗି ସରକାର ପାଞ୍ଚ ବର୍ଷରେ ୧୧,୫୦୦ କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କରିଥିଲେ। ଏଥର ବଜେଟ୍‌ରେ ସମାନ ପରିମାଣର ସବ୍‌ସିଡି ଘୋଷଣା ହେବାର ସମ୍ଭାବନା ରହିଛି। ତାହା ପୁଣି ଇଭି ନିର୍ମାତାମାନଙ୍କ ଲାଗି ଲାଭଦାୟକ ହେବ। ଏହା ନହେଲେ ପେଟ୍ରୋଲ୍‌, ଡିଜେଲ୍ ଗାଡ଼ି ନିର୍ମାତା ଉପକୃତ ହେବେ।
ମାନୁଫାକ୍‌ଚରିଂ ଦେଶ ଭିତରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ବଢ଼ାଇବା ଉପରେ ବଜେଟ୍‌ରେ ଜୋର ଦିଆଯିବାର ସମ୍ଭାବନା ରହିଛି। କାରଣ ତାହା ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ବିଶେଷ କରି ହାର୍ଡୱେର, ଟେଲିକମ୍ ଉପକରଣ ଓ ମେଡିକାଲ୍ ଡିଭାଇସ୍ ଉତ୍ପାଦନ ବଢ଼ାଇବା ଉପରେ ସରକାର ଜୋର୍ ଦେଇପାରନ୍ତି। କ୍ୟାପିଟାଲ୍ ଗୁଡ୍‌ସ ନିର୍ମାତା ଓ ଭିତ୍ତିଭୂମି କମ୍ପାନିଗୁଡ଼ିକ ମଧ୍ୟ ଉପକୃତ ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking