19.1 C
Bhubaneswar
Wednesday, February 11, 2026
Homeଖେଳଚତୁର୍ଥ ଦିନିକିଆ: ଅଷ୍ଟ୍ରେଲିଆର ଶୋଚନୀୟ ପରାଜୟ

ଚତୁର୍ଥ ଦିନିକିଆ: ଅଷ୍ଟ୍ରେଲିଆର ଶୋଚନୀୟ ପରାଜୟ

ଲଣ୍ଡନ: ଇଂଲଣ୍ଡ ଲର୍ଡ୍ସରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଶୋଚନୀୟ ଭାବେ ୧୮୬ ରନ୍‌ର ବିଶାଳ ବ୍ୟବଧାନରେ ହରାଇଛି। ଏହା ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ ହୋଇଛି। ବ୍ୟାଟର୍‌ଙ୍କ ପ୍ରଦର୍ଶନ ବଳରେ ଇଂଲିଶ ଟିମ୍ ଏହି ବିଜୟ ହାସଲ କରିଛି। କ୍ୟାପ୍‌ଟେନ୍ ହ୍ୟାରୀ ବ୍ରୁକ୍ (୮୨) ଏବଂ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ୨୭ ବଲ୍‌ରେ ୬୨ ରନ୍‌ର ଅପରାଜିତ ଇନିଂସ୍ ସହାୟତାରେ ଇଂଲଣ୍ଡ ଟିମ୍ ୩୯ ଓଭର୍‌ରେ ୫ ୱିକେଟ୍ ହରାଇ ୩୧୨ ରନ୍ କରିଥିଲା।

ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍ ଭୁଶୁଡ଼ି ପଡ଼ିବା ସହିତ ଟିମ୍ ୨୫ ଓଭର୍‌ରେ ମାତ୍ର ୧୨୬ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଇଂଲଣ୍ଡ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଲଗାତାର ୧୪ ବିଜୟ ଧାରାରେ ବ୍ରେକ୍ ଲଗାଇଥିଲା। ବ୍ୟାଟର୍‌ଙ୍କ ଖରାପ ପ୍ରଦର୍ଶନ କାରଣରୁ ଅଷ୍ଟ୍ରେଲିଆକୁ ଦିନିକିଆରେ ନିଜର ଚତୁର୍ଥ ସର୍ବବୃହତ୍ (ରନ୍ ବ୍ୟବଧାନ) ଏବଂ ସିରିଜ୍‌ରେ ଲଗାତାର ଦ୍ୱିତୀୟ ପରାଜୟ ମିଳିଛି। ବ୍ରିଷ୍ଟଲ୍‌ରେ ରବିବାର ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ।

ଇଂଲଣ୍ଡ ଓପ୍ନର୍ ବେନ୍ ଡକେଟ୍ ମଧ୍ୟ ୬୨ ରନ୍‌ର ଇନିଂସ୍ ଖେଳି ସତର୍କତାର ସହ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ଇନିଂସ୍‌ରେ ଲିଭିଙ୍ଗ୍‌ଷ୍ଟୋନ୍ ଭିନ୍ନ ଲୟରେ ଥିବା ପରି ଲାଗୁଥିଲା। ମିଚେଲ୍ ଷ୍ଟାର୍କଙ୍କ ଗୋଟିଏ ଓଭର୍ (୩୯ତମ ଓଭର୍‌)ରେ ସେ ୨୮ ରନ୍ ହାସଲ କରିଥିଲେ। ଏହି ଅବସରରେ ଇଂଲଣ୍ଡ ବ୍ୟାଟର୍‌ମାନେ ଇନିଂସ୍‌ରେ ମୋଟ ୧୨ ଛକା ମାରିଥିଲେ, ଯାହା ଲର୍ଡ୍ସରେ ଦିନିକିଆ ମ୍ୟାଚ୍‌ରେ କୌଣସି ଟିମ୍‌ର ସର୍ବାଧିକ ଛକା ଥିଲା।

୩୧୩ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ସତର୍କତାର ସହ ପିଛା କରିଥିଲା। ଟ୍ରାଭିସ୍ ହେଡ୍ (୩୪) ଏବଂ କ୍ୟାପ୍‌ଟେନ୍ ମିଚେଲ୍ ମାର୍ଶ (୨୮) ଚମତ୍କାର ଆରମ୍ଭ କରି ୮.୪ ଓଭର୍‌ରେ ୬୮ ରନ୍ ଯୋଗ କରିଥିଲେ। ମାତ୍ର ଏହି ସ୍ପୋର୍‌ରେ ହେଡ୍ ଆଉଟ୍ ହୋଇଥିଲେ ଏବଂ ଏହାପରେ ଜଣକ ପରେ ଜଣେ ବ୍ୟାଟର୍ ପ୍ୟାଭିଲିୟନ୍ ଫେରିବା ଧାରା ଲାଗିଥିଲା। ଶେଷରେ ଅଷ୍ଟ୍ରେଲିଆ ମାତ୍ର ୧୨୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ମାଥ୍ୟୁ ପୋଟ୍ସ ୪, ବ୍ରାୟଡନ୍ କାର୍ସ ୩, ଜୋଫ୍ରା ଆର୍ଚର ୨ ଏବଂ ଆଦିଲ ରଶିଦ୍ ଗୋଟିଏ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking