21.1 C
Bhubaneswar
Monday, December 8, 2025
Homeଖେଳପ୍ରଥମ ଦିନିକିଆ: ହେଡ୍ ଓ ଲାବୁଶେନ୍‌ଙ୍କ ବିସ୍ଫୋରଣ; ୭ ୱିକେଟ୍‌ରେ ହାରିଲା ଇଂଲଣ୍ଡ

ପ୍ରଥମ ଦିନିକିଆ: ହେଡ୍ ଓ ଲାବୁଶେନ୍‌ଙ୍କ ବିସ୍ଫୋରଣ; ୭ ୱିକେଟ୍‌ରେ ହାରିଲା ଇଂଲଣ୍ଡ

ଲଣ୍ଡନ: ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇ ଦେଇଛି । ନଟିଂହମ୍‌ର ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୯.୪ ଓଭର୍‌ରେ ୩୧୫ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ ୪୪ ଓଭର୍‌ରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଆଉ ଏକ ବିସ୍ଫୋରଣ ଇନିଂସ୍ ଖେଳିଥିବା ଟ୍ରାଭିସ୍ ହେଡ୍ ଅପରାଜିତ ୧୫୪ ରନ୍ କରି କଙ୍ଗାରୁଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ମାର୍ନସ୍ ଲାବୁଶେନ୍ ମଧ୍ୟ ଚମତ୍କାର ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ କରିଛନ୍ତି । ସେ ୩ଟି ୱିକେଟ୍ ନେବା ସହ ଅପରାଜିତ ୭୭ ରନ୍ ମଧ୍ୟ କରିଛନ୍ତି । ସିରିଜ୍‌ର ପରବର୍ତ୍ତୀ ମ୍ୟାଚ୍ ଲିଡ୍‌ସର ହେଡିଙ୍ଗ୍‌ଲେରେ ଖେଳାଯିବ ।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବେନ୍ ଡକେଟ୍ (୯୪) ଏବଂ ୱିଲ୍ ଜ୍ୟାକ୍ସ (୬୨)ଙ୍କ ଅର୍ଦ୍ଧଶତକ ବଳରେ ୪୯.୪ ଓଭର୍‌ରେ ୩୧୫ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଦମ୍ ଜାମ୍ପା ଓ ମାର୍ନସ୍ ଲାବୁଶେନ୍ ୩-୩ ୱିକେଟ୍ ନେଇଥିଲେ । ଟ୍ରାଭିସ୍ ହେଡ୍‌ଙ୍କୁ ଦୁଇଟି ସଫଳତା ମିଳିଥିଲା ।
୩୧୬ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ କ୍ୟାପ୍‌ଟେନ୍ ମିଚେଲ୍ ମାର୍ଶ  (୧୦ ରନ୍‌) ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ଏହାପରେ ଷ୍ଟିଭ୍ ସ୍ମିଥ୍ (୩୨)ଙ୍କ ସହ ହେଡ୍ ୭୬ ରନ୍ ଏବଂ କାମେରନ୍ ଗ୍ରୀନ୍ (୩୨)ଙ୍କ ସହ ୭୩ ରନ୍‌ର ଭାଗୀଦାରି କରିଥିଲେ । ଏହାପରେ ଲାବୁଶେନ୍‌ଙ୍କ ସହ ହେଡ୍ ୧୪୮ ରନ୍‌ର ମ୍ୟାଚ୍ ବିଜୟୀ ଭାଗୀଦାରି କରିଥିଲେ । ଇତିମଧ୍ୟରେ ହେଡ୍ କ୍ୟାରିୟର୍‌ର ୬ଷ୍ଠ ଶତକ ହାସଲ କରିଥିଲେ । ୧୨୯ ବଲ୍‌ରେ ସେ ୨୦ ଚୌକା ଓ ପାଞ୍ଚ ଛକା ସହାୟତାରେ ୧୫୪ ରନ୍ କରି ଅପରାଜିତ ରହିଥିଲେ । ଲାବୁଶେନ୍ ୬୧ ବଲ୍‌ରେ ସାତ ଚୌକା ଓ ଦୁଇଟି ଛକା ସହାୟତାରେ ଅପରାଜିତ ୭୭ ରନ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking